ରାଜ୍ୟର ସବୁ କୋଭିଡ଼ ହସ୍ପିଟାଲର ହେବ ଯାଞ୍ଚ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟର ସବୁ କୋଭିଡ଼ ହସ୍ପିଟାଲର ଯାଞ୍ଚ କରାଯିବ । କୋଭିଡ଼ ହସ୍ପିଟାଲରେ ଅଧିକାରୀମାନେ ଫାୟାର ସେପ୍ଟିଂ ବ୍ୟବସ୍ଥା ଯାଞ୍ଚ କରିବେ । ଏହି ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି । ଏହାସହ ଉପଯୁକ୍ତ ପଦକ୍ଷେପ ନେବାକୁ କୋଭିଡ଼ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି ।
ଉଲ୍ଳେଖଯୋଗ୍ୟ ଯେ ଗୁଜୁରାଟର ଅହମ୍ମଦାବାଦ କୋଭିଡ଼ ହସ୍ପିଟାଲରେ ଘଟିଥିବା ଦୁର୍ଘଟଣା ପରେ ପୋଲିସ ପ୍ରଶାସନ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ସେଠାରେ କୋଭିଡ଼ ହସ୍ପିଟାଲରେ ନିଆଁ ଲାଗି ୮ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଅନେକ ଗୁରୁତର ଭାବେ ଆହତ ହୋଇଥିଲେ ।