ବ୍ରହ୍ମପୁର ବାଳକ ପର୍ଯ୍ୟବେକ୍ଷଣ ଓ ସ୍ୱତନ୍ତ୍ର ଆବାସରେ କରୋନା

ବ୍ରହ୍ମପୁର, (ଓଡିଶା ଟାଇମ୍) :ବ୍ରହ୍ମପୁର ବାଳକ ପର୍ଯ୍ୟବେକ୍ଷଣ ଓ ସ୍ୱତନ୍ତ୍ର ଆବାସରେ କରୋନା। ପ୍ରାୟ ୪୫ ଜଣ ଅନ୍ତବାସୀ ସଂକ୍ରମିତ ହୋଇଥିବା ଜଣା ପଡିଛି । ଜୁଲାଇ ୨୯ ତାରିଖ ସୁଦ୍ଧା ସେଠାରେ ୮୮ ଜଣ ରହିଥିଲେ । ସେମାନଙ୍କ ମଧ୍ୟରୁ ୭୨ ଜଣଙ୍କ କରୋନା ଟେଷ୍ଟ ହୋଇଥିଲା । ସେଥିମଧ୍ୟରୁ ୪୫ ଜଣଙ୍କ କରୋନା ପଜିଟିଭ ଆସିଛି । ସ୍ୱତନ୍ତ୍ର ଡାକ୍ତର ଜଣେ ନିୟୋଜିତ ହୋଇଛନ୍ତି । ଆଉ ଜଣେ ଫାର୍ମାସିଷ୍ଟ ଯୋଗାଇ ଦେବାକୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଚିଠି ହୋଇଛି ।

ସବୁ କରୋନା ଆକ୍ରାନ୍ତଙ୍କୁ ସେଠାରେ ଗୋଟିଏ କଠୋରୀରେ ଆଇସୋଲେସନରେ ରଖାଯାଇଛି । ଏହାସହ ୧୮ ଜଣ କର୍ମଚାରୀ ସେଠାରେ ରୁହନ୍ତି, ସମସ୍ତଙ୍କୁ ଥଣ୍ଡା,ଜ୍ୱର ହୋଇଥିବା ଜଣାପଡ଼ିଛି । ବିଭିନ୍ନ ଅପରାଧରେ ନାବାଳକମାନଙ୍କୁ ଏଠାରେ ରଖାଯାଇଛି। ଦକ୍ଷିଣ ଓଡ଼ିଶାର ୧୨ ଜିଲ୍ଲାର ନାବାଳକ ଏଠାରେ ରହିଛନ୍ତି । ବର୍ତ୍ତମାନ ସର୍ବମୋଟ ୯୦ ଜଣ ଅନ୍ତବାସୀ ସେଠାରେ ରହିଥିବା ସୂଚନା।

Leave a Reply

Your email address will not be published. Required fields are marked *