ଶିକ୍ଷକମାନଙ୍କୁ ଅନ୍‌ଲାଇନ୍‌ ତାଲିମ୍ ଦିଆଯିବ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଶିକ୍ଷକମାନଙ୍କୁ ଅନ୍‌ଲାଇନ୍‌ ତାଲିମ ଦିଆଯିବା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏଥିଲାଗି ଅଗଷ୍ଟ ୪ ତାରିଖରୁ ୫ ଦିନ ଧରି ଶିକ୍ଷକଙ୍କୁ ଦିଆଯିବ ଅନ୍‌ଲାଇନ୍‌ ତାଲିମ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଏଥିରେ ୧୦୧ ଉତ୍କର୍ଷ ବିଦ୍ୟାଳୟର ୨ଜଣ ଲେଖାଏଁ ଶିକ୍ଷକ ତାଲିମ ନେବେ । ସବୁ ଜିଲ୍ଲାରୁ ଗୋଟିଏ ଲେଖାଏଁ +୨ କଲେଜର ଶିକ୍ଷକଙ୍କୁ ବି ତାଲିମ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହି ସମୟରେ ଶିକ୍ଷକମାନଙ୍କୁ ଦୁଇଘଣ୍ଟିଆ ତାଲିମ ଦିଆଯିବ। ପରୀକ୍ଷାରେ ସଫଳତା ହାର ବଢ଼ାଇବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି।
ଅପରପକ୍ଷରେ ଯେଉଁ ବିଦ୍ୟାଳୟଗୁଡ଼ିକରେ ଫଳ ଶୂନ୍ୟ ହୋଇଛି, ସେସବୁ ବିଦ୍ୟାଳୟଗୁଡ଼ିକର ପ୍ରଧାନ ଶିକ୍ଷକମାନଙ୍କ ସହ ଗଣଶିକ୍ଷା ମନ୍ତ୍ରୀ କଥା ହେବେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *