ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ରିୟାଙ୍କୁ ଖୋଜି ପାଉନି ବିହାର ପୋଲିସ
ପାଟନା, (ଓଡିଶା ଟାଇମ୍): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ପାଟନା ପୋଲିସ ଗାର୍ଲଫ୍ରେଣ୍ଡ ରିୟାଙ୍କୁ ଖୋଜି ପାଉନଥିବା ନେଇ କହିଛନ୍ତି ଜଣେ ଅଧିକାରୀ ।
ବିହାର ପୋଲିସ ମହାନିର୍ଦ୍ଦେଶକ ଗୁପ୍ତେଶ୍ୱର ପଣ୍ଡା କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ପ୍ରଥମ ପର୍ଯ୍ୟାୟରେ ଆମେ ଅଛୁ । ହେଲେ ଏଯାବତ୍ ରିୟାଙ୍କ ପତ୍ତା ମିଳି ପାରିନାହିଁ, କିନ୍ତୁ ଆମେ ଚେଷ୍ଟା ଜାରି ରଖିଛୁ ।
ନିକଟ ଅତୀତରେ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଗାର୍ଲଫ୍ରେଣ୍ଡ ରିୟା ଉସୁକାଇ ଥିବା ନେଇ ଅଭିଯୋଗ କରିଥିଲେ ପିତା କେେ କେ ସିଂହ । ଏପରିକି ସୁଶାନ୍ତଙ୍କ ବାପା ରିୟା ଚକ୍ରବର୍ତ୍ତୀ ଙ୍କ ବିରୋଧରେ ଥାନାରେ ଏଫଆଇଆର୍ ମଧ୍ୟ ଦାଏର କରିଥିଲେ ।
ଯାହା ଫଳରେ ବିହାର ପୋଲିସ ଘଟଣାର ତଦନ୍ତ କରିବା ପାଇଁ ମୁମ୍ବାଇରେ ପହଞ୍ଚିବା ସହ ଖୋଳତାଡ ମଧ୍ୟ ଆରମ୍ଭ କରିଥିବା ଜଣାପଡିଛି ।
ଏହି ଘଟଣାରେ ପୂର୍ବରୁ ଅର୍ଥ ହେରଫେର ନେଇ ଇଡି ପକ୍ଷରୁ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି । ଏପରିକି ଏହି ମାମଲାରେ ମୁମ୍ବାଇ ପୋଲିସ ସଞ୍ଜୟ ଲୀଲା ଭଂସାଲିଙ୍କ ସମେତ ୩୦ରୁ ଅଧିକ ଲୋକଙ୍କୁ ଜେରା କରିସାରିଛି ।
ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏହି ମାମଲାରେ ପୋଲିସ ଏଯାଏଁ ବହୁ ଲୋକଙ୍କ ବୟାନ ରେକର୍ଡ କରାଯାଇଛି ।
ସ୍ୱର୍ଗତଃ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ‘ଦିଲ୍ ବେଚାରା’ ଓଟିଟି ପ୍ଲାଟଫର୍ମ, ଡିଜନୀ+ହଟଷ୍ଟାରରେ ରିଲିଜ ହୋଇ ଯାଇଛି । ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ ହେବାର କିଛି ସମୟ ପରେ ଫିଲ୍ମଟିକୁ ରେଟିଂ ୧୦ରୁ ୯.୮ ମିଳିଥିଲା ।