ରାଜ୍ୟରେ ସୁସ୍ଥ ହେଲେ ଆଉ ୭୭୨ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜ୍ୟରେ ଆଉ ୭୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ସୁସ୍ଥ ସଂଖ୍ୟା ଏବେ ୨୦,୫୧୭ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି କଟକରେ ୧୧୬, ଖୋର୍ଦ୍ଧାରେ ୮୧, କେନ୍ଦୁଝରରେ ୬୮, କୋରାପୁଟରେ ୪୧, ରାୟଗଡାରେ ୩୧, ଗଜପତିରେ ୨୭, ସୁନ୍ଦରଗଡରେ ୨୪, ଯାଜପୁରରେ ୨୧, କଳାହାଣ୍ଡିରେ ୨୦ ଜଣ ସୁସ୍ଥ ହୋଇଛନ୍ତି ।

କନ୍ଧମାଳରୁ ୨୦, ନବରଙ୍ଗପୁରରୁ ୧୯, ମୟୂରଭଞ୍ଜରୁ ୧୮, କନ୍ଧମାଳରୁ ୧୪, ମାଲକାନଗିରିରୁ ୧୨, ସମ୍ୱଲପୁରରୁ ୧୧ ଜଣ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀରୁ ୧୦ ଜଣ ଲେଖାଏ, ବରଗଡ଼ରୁ ୬, ବଲାଙ୍ଗିରରୁ ୫, ବାଲେଶ୍ୱରରୁ ୪, ବୌଦ୍ଧ, ଜଗତସିଂହପୁର ଓ ଝାରସୁଗୁଡ଼ାରୁ ୩ଜଣ ଲେଖାଏ ଏବଂ ଅନୁଗୋଳ, ନୟାଗଡ଼ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

Leave a Reply

Your email address will not be published.