ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦୭ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ଆଉ ୮୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୯୭୪୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଗଞ୍ଜାମରେ ସର୍ବାଧିକ ୪୩୧, କଟକରୁ ୬୨, ରାୟଗଡ଼ାରୁ ୪୭, ଗଜପତିରୁ ୩୪, କେନ୍ଦୁଝରରୁ ୨୯, ସୁନ୍ଦରଗଡ଼ରୁ ୨୪, ନୟାଗଡ଼ରୁ ୨୩, ଯାଜପୁରରୁ ୨୧, କନ୍ଧମାଳରୁ ୧୯, ବାଲେଶ୍ୱରରୁ ୧୪, କେନ୍ଦ୍ରାପଡ଼ାରୁ ୧୪, ମୟୁରଭଞ୍ଜରୁ ୧୪, ଭଦ୍ରକରୁ ୧୩, ଖୋର୍ଦ୍ଧାରୁ ୧୨, ବରଗଡ଼ରୁ ୧୧, ମାଲକାନଗିରିରୁ୧୦, ବଲାଙ୍ଗୀରରୁ ୭, ସମ୍ବଲପୁରରୁ ୭, ଝାରସୁଗୁଡ଼ାରୁ ୬, ଢ଼େଙ୍କାନାଳରୁ ୪, ଅନୁଗୁଳରୁ ୩, କୋରାପୁଟ ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave a Reply

Your email address will not be published.