ଇଭନିଂ ସ୍ନାକ୍ସରେ ଖାଆନ୍ତୁ ସୁଜି ଟିକ୍କା, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ବର୍ତ୍ତମାନ ସମୟରେ ଲକଡାଉନ ଯୋଗୁଁ ସ୍କୁଲ, କଲେଜ ଓ ଅଫିସ୍ ଆଦି ବନ୍ଦ ରହିଛି । ଏପରିକି ସନ୍ଧ୍ୟା ସମୟରେ ବିନା କାରଣରେ ଘରୁ ବାହାରିବା ଉପରେ କଟକଣା ମଧ୍ୟ ଲଗାଯାଇଛି । ଏହି ସମୟରେ ଗୃହିଣୀ ମାନେ ଟିକେ ଚିନ୍ତିତ ହୋଇପଡନ୍ତି ଯେ କିପରି ପ୍ରତିଦିନ ପିଲାଙ୍କ ନୂଆ ନୂଆ ରୋଷେଇ କରି ଖୁଆଇବେ ।

ଯଦି ଆପଣମାନେ ଏଭଳି ଚିନ୍ତିତ ହେଉଛନ୍ତି ତାହେଲେ ପ୍ରସ୍ତୁତ କରନ୍ତୁ ସୁଜି ଟିକ୍କା । ଜାଣନ୍ତୁ କମ୍ ସମୟରେ ଫଟାଫଟ ଏହି ସ୍ନାକ୍ସ କିପରି ତିଆରି କରିବେ…

ସାମଗ୍ରୀ- ୧ ଗିନା ସୁଜି, ଦେଢ କପ୍ ପାଣି, ୧ଟା ପିଆଜ, ୨ଟି ସିଝା ଆଳୁ, ୧ ଚାମଚ ଧନିଆ ପତ୍ର କଟା, ୧ ଚାମଚ ଚିଲ୍ଲୀ ଫ୍ଲେକ୍ସ, ୧ ଚାମଚ କନଫ୍ଲୋର, ୨ ଚାମଚ ପାୱଭାଜି ମସାଲା, ୨ ଚାମଚ ମଇଦା, ଦରକାର ଅନୁଯାୟୀ ତେଲ ଓ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ- ସର୍ବ ପ୍ରଥମେ ଏକ କଢେଇରେ କିଛି ପାଣି ଦେଇ ଗରମ କରନ୍ତୁ । ପରେ ସୁଜିକୁ ଧିରେ ଧିରେ ମିଶାନ୍ତୁ, ଯେମିତି ତାହା ବିଣ୍ଡା ହୋଇନଯାଏ । ଏବେ ସେଥିରେ କିଛି କଟା ପିଆଜ ପକାନ୍ତୁ । ପରେ ଆଳୁ ସିଝାକୁ ପକାଇବା ସହ ଧନିଆ ମିଶାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ । ।

ଏବେ ଏଥିରେ ସବୁ ମସଲା ପକାଇବା ସହ କନଫ୍ଲୋର ପକାଇ ଅଟା ଗୋଳା ଭଳି ଚକଟି ରଖନ୍ତୁ । ପରେ ଏହାକୁ ଗୋଟିଏ ପ୍ଲେଟରେ ରଖି ୧/୨ ଘଣ୍ଟା ପାଇଁ ଫ୍ରିଜରେ ରଖି ଦିଅନ୍ତୁ । ଏବେ ଫ୍ରିଜରୁ କାଢିକି ମନଇଚ୍ଛା ସେପରେ ଛୋଟ ଛୋଟ କାଟି ଦିଅନ୍ତୁ ।

ପରେ ମଇଦାର ପତଳା ଘୋଳରେ ବୁଡାଇବା ପରେ ଏହାକୁ ବ୍ରେଡ୍ କ୍ରମ୍ବସରେ ମିଶାଇ ଫ୍ରାଏ କରିଦିଅନ୍ତୁ । ଏବେ ପ୍ରସ୍ତୁତ ସୁଜି ଟକ୍କାକୁ ଚା କିମ୍ବା କୋଲ୍ ଡିଙ୍କସ ସହ ପରଷି ଦିଅନ୍ତୁ ।

Leave a Reply

Your email address will not be published.