ଇଭନିଂ ସ୍ନାକ୍ସରେ ଖାଆନ୍ତୁ ଏହି ଖାଦ୍ୟ
ଭୁବନେଶ୍ୱର, (ଓଡିଶା ଟାଇମ): ବର୍ତ୍ତମାନ ସମୟରେ ଲକଡାଉନ ଯୋଗୁଁ ସମସ୍ତେ ଘରେ ରହୁଥିବା ଯୋଗୁଁ ଗୃହିଣୀ ମାନେ ସାମାନ୍ୟ ଚିନ୍ତିତ ହୋଇ ପଡୁଥିବେ । ଯେ କିପରି ପ୍ରତିଦିନ ପିଲାଙ୍କ ପାଇଁ କିଛି ନୂଆ ରୋଷେଇ କରି ଖୁଆଇବେ ।
ଯଦି ଆପଣଙ୍କ ପାଖରେ ଅଧିକ ସମୟ ନାହିଁ ରୋଷେଇ କରିବା ପାଇଁ ତାହେଲେ କମ୍ ସମୟରେ ବନାନ୍ତୁ ବ୍ରେଡ୍ ପିଜ୍ଜା
ଜାଣନ୍ତୁ କମ୍ ସମୟରେ ଫଟାଫଟ୍ ଏହାକୁ କିପରି ତିଆରି କରିବେ । ଯାହା ଅପଣଙ୍କ ସମୟ ବଞ୍ଚାଇବା ସହ ଟେଷ୍ଟି ଖାଇବା ତିଆରି ହୋଇପାରିବ ।
ସାମଗ୍ରୀ- ବ୍ରେଡ୍, ପିଜ୍ଜା ସସ୍, ପିଆଜ, ଟମାଟର, ଶିମିଳା ଲଙ୍କା, ପିଜ୍ଜା ଚିଜ୍, ଓରେଗାନୋ, ରେଡ୍ ଚିଲ୍ଲୀ ଫ୍ଲେକ୍ସ, ଦରକାର ଅନୁଯାୟୀ ତେଲ ।
ପ୍ରସ୍ତୁତି ପ୍ରଣାଳୀ- ଏକ ତାୱାକୁ ହାଲୁକା ଆଞ୍ଚରେ ବସାଇ ସେଥିରେ ଗୋଟିଏ ଚାମଚ ତେଳ ପକାନ୍ତୁ । ପରେ ସେହି ଗରମ ତାୱାରେ ୨-୩ ବ୍ରେଡ୍ ସ୍ଲାଇସ୍ ରଖିଦିଅନ୍ତୁ । ସୁନେଲି ରଙ୍ଗର ହେବା ଯାଏଁ ତାୱାରେ ଏପଟ ସେପଟ କରି ପ୍ଲେଟରେ କାଢି ଦିଅନ୍ତୁ ।
ସେକି ହୋଇ ଯାଇଥିବା ପଟରେ ହାଲୁକା ତେଲ ଲଗାନ୍ତୁ । ଆପଣ ଚାହିଁଲେ ଅଲିଭ ଅଏଲ୍ ଲଗେଇ ପାରିବେ । ଏହା ବ୍ରେଡର ସ୍ୱାଦ ବଢାଇବା ସଙ୍ଗେ ସଙ୍ଗେ ଓଦା ହେବାକୁ ଦେବ ନାହିଁ ।
ପରେ ସବୁ ବ୍ରେଡର ସ୍ଲାଇସ ଉପରେ ସସ୍ ଲଗାଇ ଦିଅନ୍ତୁ । ତା’ ଉପରେ କଟା ପିଆଜ, କଟା ଟମାଟର, କଟା ଶିମିଳା ଲଙ୍କା ରଖି ଦିଅନ୍ତୁ । ପରେ ସେଥିରେ ଛୋଟ ଛୋଟ କଟା ଯାଇଥିବା ଚିଜକୁ ଭଲ ଭାବେ ପକାଇ ଦିଅନ୍ତୁ ।
ଏବେ ଏହାକୁ ପ୍ୟାନରେ ରଖିକି ଧିମା ଆଞ୍ଚରେ ଗ୍ୟାସରେ ବସାନ୍ତୁ । ଏହୋକୁ କିଛି ସମୟ ପାଇଁ ଘୋଡାଇ ରଖନ୍ତୁ, ଯେପରି ଚିଜ୍ ତରଳି ଯିବ ଓ ବ୍ରେଡର ତଳ ପଟ ଭଲଭାବେ ସେକି ହେଇଯିବ ।ଏବେ ଏହାକୁ ପ୍ଲେଟରେ କାଢିକି ଟମାଟର ସସ୍ ବା କେଚଅପ୍ ସହ ଗରମ ଗରମ ପରଷି ପାରିବେ ।