ଗଜପତିରେ ୪ ଦିନ ସଟଡାଉନ୍, ୩ଦିନ ଲକଡାଉନ୍

ଗଜପତି, (ଓଡିଶା ଟାଇମ୍) :କରୋନା ସଙ୍କଟ ପାଇଁ ଏଣିକି ଗଜପତିରେ ୪ ଦିନିଆ ସଟଡାଉନ ଲାଗୁ ହେବ । ପ୍ରତି ସପ୍ତାହର ଗୁରୁବାରଠାରୁ ରବିବାର ଯାଏଁ ୯୬ ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି । ଗଜପତିରେ ଆସନ୍ତା ୩୦ରୁ ୪ ଦିନିଆ ସଟଡାଉନ ଲାଗୁ କରାଯିବ । କରୋନା ସଂକ୍ରମଣ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସଟଡାଉନ କଟକଣା ଜାରି ରହିବ । ତେବେ ପୂର୍ବ ଭଳି ସୋମବାରଠୁ ବୁଧବାର ପର୍ଯ୍ୟନ୍ତ ୩ ଦିନ ଲକ୍‌ଡାଉନ କଟକଣା ଜାରି ରହିବ ବୋଲି ନିର୍ଦେଶନାମାରେ କୁହାଯାଇଛି। ପାରଳାଖେମୁଣ୍ଡି ସହର ସମତେ କାଶୀନଗର ଏନଏସି ଓ ସବୁ ବ୍ଲକ ମୁଖ୍ୟାଳୟ ସଟଡାଉନ ରହିବ ।

ତେବେ ସଟଡାଉନରେ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଜାରି ହେବ । ଅତ୍ୟାବଶ୍ୟକ ସେବା ଉପରେ କଟକଣା କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଜିଲ୍ଲାପାଳ ଅନୁପମ ସାହା ଆଜି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *