ଭଦ୍ରକରେ ୭୨ ଘଣ୍ଟା ପାଇଁ ଗୋଟିଏ ଓ୍ୱାର୍ଡ ସଟ୍ଡାଉନ୍
ଭଦ୍ରକ, (ଓଡିଶା ଟାଇମ୍) :ରାଜ୍ୟରେ ଦିନକୁ ଦିନ ବଢିଚାଲିଛି କରୋନା ସଂକ୍ରମଣ । ଯାହାକୁ ଦୃଷ୍ଟିରେ ରଖି ଭଦ୍ରକ ପୌରାଞ୍ଚଳର ୩୦ୱାର୍ଡରୁ ୧୨ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ତାହାମଧ୍ୟରୁ ଗୋଟିଏ ୱାର୍ଡକୁ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି ।
ଭଦ୍ରକ ପୌରାଞ୍ଚଳର ଅଧିନରେ ଥିବା ବିଭିନ୍ନ ଓ୍ବାର୍ଡରୁ କରୋନା ଆକ୍ରାନ୍ତ ଚିହ୍ନଟ ପରେ ୩୦ରୁ ୧୨ଟି ଓ୍ବାର୍ଡ଼କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ପ୍ରତ୍ୟେକ ଦିନ ପୌରପାଳିକାର ବିଭିନ୍ନ ଞ୍ଵାର୍ଡରୁ ପଜିଟିଭି ବାହାରୁଥିବା ଏଭଳି ପଦକ୍ଷେପ ନେଇଛି ପୌରପାଳିକା। ପୌରାଞ୍ଚଳର ୱାର୍ଡ ନମ୍ବର ୩ , ୬ , ୭ , ୯ , ୧୩ , ୧୪ , ୧୫ , ୧୬ ,୧୭ , ୧୮ , ୨୨ , ୨୮କୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ୯ ନମ୍ବର ୱାର୍ଡକୁ ୭୨ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି ।