ଗୁଡରେ କେଉଁ ସବୁ ଉପକାରୀ ଗୁଣ ରହିଛି ?
ଭୁବନେଶ୍ୱର: ଗୁଡକୁ ଖାଇବା ଦ୍ୱାରା ଶରୀରକୁ ଖୁବ୍ ଉପକାରୀ ଗୁଣ ମିଳିଥାଏ । ଏହାକୁ ନେଚୁରାଲ୍ ସୁଗାର ମଧ୍ୟ କୁହାଯାଇଥାଏ । କେହି କେହି ଗୁଡକୁ ଚୀନର ବିକଳ୍ପ ରୂପେ ମଧ୍ୟ ବ୍ୟବହାର କରିଥାନ୍ତି ।
ତ୍ୱଚାର ସୌନ୍ଦର୍ଯ୍ୟରେ ମଧ୍ୟ ଗୁଡ ସହାୟକ ହୋଇଥାଏ । ଆସନ୍ତୁ, ଜାଣିବା ଗୁଡରେ କେଉଁ ସବୁ ଉପକାରୀ ଗୁଣ ରହିଛି. . .
ଜଳବାୟୁ ପରିବର୍ତ୍ତନ ହେଉଥିବା ବେଳେ ଲୋକଙ୍କୁ ଥଣ୍ଡା କାଶ ଭଳି ବେମାରୀ ହେବା ସାମାନ୍ୟ କଥା । ଖୁବ୍ ଲୋକ ଜାଣିଥିବେ ଗୁଡ ଖାଇଲେ ମଧ୍ୟ ଏହି ସମସ୍ୟାରୁ ମୁକ୍ତିପାରେ । ଗୁଡ ଶରୀରକୁ ଉଷ୍ଣତା ପ୍ରଦାନ କରିଥାଏ । ଯାହା ଆପଣଙ୍କ ଶରୀରରୁ ଥଣ୍ଡା ଓ ସର୍ଦ୍ଦି ଭଳି ସମସ୍ୟା ଦୂର ହୋଇଯାଇ ଥାଏ ।
ମୁହଁରୁ ଦାଗ ଦୂର କରିବାରେ ସହାୟକ ହୋଇଥାଏ ଗୁଡ । ଏଥିପାଇଁ କିଛି ଗୁଡରେ ୧ ଚାମଚ ଟମାଟୋ ରସ, ଅଳ୍ପ ଅଳଦୀ ଓ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହାକୁ ମୁହଁରେ ଲଗାଇ ଶୁଖିବା ପାଇଁ ଛାଡିଦିଅନ୍ତୁ । ଏହି ପେଷ୍ଟ ଶୁଖିଗଲା ପରେ ଭଲଭାବେ ଧୋଇ ସଫା କରନ୍ତୁ ।
ଗୁଡ ଆପଣଙ୍କ ହାଡକୁ ମଜଭୁତ କରିଥାଏ । ଏଥିରେ ଫସଫରସ ଓ କ୍ୟାଲସିୟମ୍ ଭଳି ପୋଷକ ତତ୍ୱ ଭରି ରହିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗୁଡରେ ଅଦା ମିଶାଇ ଖାଇଲେ ଆଣ୍ଠୁ ଗଣ୍ଠି ସମସ୍ୟାରୁ ସାମାନ୍ୟ ଉପଶମ ମିଳିଥାଏ ।
ଗୁଡରେ ଗ୍ଲାଇକୋଲିକ୍ ଏସିଡ୍ ଭଳି ପଦାର୍ଥ ରହିଥାଏ । ଯାହା ତ୍ୱଚାକୁ ସଫ୍ଟ କରିଥାଏ ।
ସେଥିପାଇଁ ଗୁଡରେ କିଛି ମହୁ ଓ ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଲଗାଇ ଶୁଖିବାକୁ ଛାଡି ଦିଅନ୍ତୁ । ପରେ ହାଲୁକା ଉଷୁମ ପାଣିରେ ଭଲଭାବେ ଧୋଇ ସଫା କରିନିଅନ୍ତୁ ।