ଜୟପୁର ପୌରପାଳିକା ଅଞ୍ଚଳ ୪ ଦିନ ପାଇଁ ସଟଡାଉନ୍

ଜୟପୁର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିଚାଲିଛି। ଯାହାଦ୍ୱାରା ବିଭିନ୍ନ ଜିଲାରେ ଲକ୍ ଡାଉନ୍ ଓ ସର୍ଟ୍ଡାଉନ୍ ବ୍ୟବସ୍ଥା କରାଯାଇଛି । ଯାହାକି ୪ ଦିନ ପାଇଁ ଜୟପୁର ପୌରପାଳିକା ଅଞ୍ଚଳ ସଟଡାଉନ୍ ଘୋଷଣା କରାଯାଇଛି  ।

ଆସନ୍ତାକାଲି ଅର୍ଥାତ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ କଟକଣା। ଏହି ସମୟରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ବିଭାଗ ତରଫରୁ ସମସ୍ତଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ରାଜ୍ୟରେ ସଂକ୍ରମଣଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଥିବା ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି। କେବଳ ଏହି ଅଞ୍ଚଳ ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଳାରୁ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି। ତେଣୁ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ହୁହୁ ହୋଇ ବଢ଼ି ଚାଲିଛି।

Leave a Reply

Your email address will not be published. Required fields are marked *