‘ରାତିରେ ଗଡିବ ୨୨ଟି ଅଟୋ’
ବ୍ରହ୍ମପୁର, (ଓଡିଶା ଟାଇମ୍) : ଲକ୍ ଡାଉନରେ ଲୋକଙ୍କ ସୁବିଧା ପାଇଁ ଅର୍ଥାତ୍ ଏହି ସମୟରେ ଲୋକଙ୍କୁ ଜରୁରୀକାଳୀନ ସେବା ପ୍ରଦାନ କରିବା ଲାଗି ୨୨ଟି ଅଟୋ ଚଳାଚଳ କରିବ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଅଟୋ ଭଡ଼ା କିଲୋମିଟର ପିଛା ୧୦ ଟଙ୍କା ଧାର୍ଯ୍ୟ କରିଛି ବ୍ରହ୍ମପୁର ମହାନଗର ନିଗମ । କେଉଁ ଅଟୋ ଚାଳକଙ୍କୁ ରାତିରେ ଅଟୋ ଚଲାଇବା ପାଇଁ ଅନୁମତି ମିଳିବ ସେନେଇ ସମ୍ପୃକ୍ତ ୨୨ଟି ଅଟୋ ଡ୍ରାଇଭରଙ୍କ ନାଁ ସହ ସେମାନଙ୍କ ଗାଡ଼ି ନମ୍ବର ଓ ସେମାନଙ୍କ ଫୋନ୍ ନମ୍ବର ଜାରି ହୋଇଛି ।
ରାତିରେ ଜରୁରୀ କାର୍ଯ୍ୟ ପାଇଁ ଅଟୋରେ ଯାତାୟାତ କରିହେବ ବୋଲି ସୂଚନା ମିଳିଛି। କିଲୋମିଟର ପିଛା ଅଟୋ ଭଡ଼ା ୧୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ବ୍ରହ୍ମପୁର ମହାନଗର ନିଗମ କମିସନର ।