୩ ସପ୍ତାହ ପାଇଁ ବନ୍ଦ ରହିବ ପାରାଦୀପ ଆଇଓସିଏଲ୍ ପ୍ଲାଣ୍ଟ୍‌

ପାରାଦୀପ, (ଓଡିଶା ଟାଇମ୍) : ପାରାଦୀପସ୍ଥିତ ଆଇଓସିଏଲ୍‌ ର ମେଣ୍ଟେନାନ୍ସ କାମ ପାଇଁ ଆସନ୍ତା ଜୁଲାଇ ୨୫ ତାରିଖରୁ ସଟ୍‌ଡାଉନ୍‌ ହେବାକୁ ଯାଉଛି । ଆଗାମୀ ଅଗଷ୍ଟ ୧୫ ପର୍ଯ୍ୟନ୍ତ ପ୍ଲାଣ୍ଟ ପରିସରରେ ବିଭିନ୍ନ ମରାମତି କାର୍ଯ୍ୟ ଚାଲୁ ରହିବା ନେଇ ସୂଚନା ରହିଛି । ଶେଷଥର ପାଇଁ ଏହି ମେଣ୍ଟେନାନ୍ସ କାମ ୨୦୧୮ ମାର୍ଚ୍ଚରେ ହୋଇଥିଲା । ପ୍ଲାଣ୍ଟ୍‌ ପରିସରରେ ପର୍ଯ୍ୟାପ୍ତ ପରିମାଣରେ ବିସ୍ଫୋରକ ଗଚ୍ଛିତ ରହୁଥିବାରୁ ପ୍ରତ୍ୟେକ ବର୍ଷ ଏହାର ମେଣ୍ଟେନାନ୍ସ କାର୍ଯ୍ୟ କରାଯାଇଥାଏ । ଏପରିକି ୨୦୧୯ରେ ମଧ୍ୟ ବିଭିନ୍ନ ଅସୁବିଧା ଯୋଗୁଁ ଏହା ହୋଇନଥିଲା ।

ଜନସମାଗମ ‌ରୋକିବା ପାଇଁ ୩ ସପ୍ତାହ ଧରି  ପ୍ଲାଣ୍ଟ୍‌ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।ଏହି ନିଷ୍ପତ୍ତି ଉଭୟ ଜିଲ୍ଲା ପ୍ରଶାସନ ଓ ଆଇଓସିଏଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିତ ଭାବେ  ନିଆଯାଇଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ୨୦୧୮ ମସିହା ପରଠାରୁ ପାରାଦୀପ ଆଇଓସିଏଲ୍ ପ୍ଲାଣ୍ଟ୍‌ର ରକ୍ଷଣାବେକ୍ଷଣା କାର୍ଯ୍ୟ ହୋଇନାହିଁ।

Leave a Reply

Your email address will not be published.