କଟକ ସହରରୁ ବାହାରିଲେ ଆଉ ୧୧ କରୋନା ପଜିଟିଭ୍
କଟକ, (ଓଡିଶା ଟାଇମ୍) : କଟକ ସହରରୁ ଆଉ ୧୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯ ଜଣ ଥିବା ବେଳେ ୨ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୬ଜଣ ସରକାରୀ କ୍ୱାରେଣ୍ଟାଇନର ହୋଇଥିବା ବେଳେ ୩ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ସେହିପରି ସ୍ଥାନୀୟ ସଂକ୍ରମିତମାନେ ହେଲେ ଗମାଣ୍ଡିଆ କଲୋନୀର ଜଣେ ୫୫ ବର୍ଷୀୟା ମହିଳା ଓ ପରେଶ୍ୱର ସାହି ଜୋବ୍ରା ୨୮ ବର୍ଷୀୟ ଯୁବକ ।
କଟକ ସହରରେ ଏବେସୁଦ୍ଧା ୩୩୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୮୮ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେବି ୧୩୯ଟି ସକ୍ରିୟ କେସ୍ ରହିଛି ।
ଅନ୍ୟପଟେ, ଆଜି ରାଜ୍ୟରେ ୫୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୭୦୧ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୯୪ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୯୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।