ଆସନ୍ତୁ ଜାଣିନେବା ତରଭୂଜ ମଞ୍ଜିର କଣ ରହିଛି ଉପକାରୀ
(ଓଡିଶା ଟାଇମ୍) :ଖରାଦିନରେ ତରଭୂଜ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ସମସ୍ତଙ୍କ ଭଳି ଆପଣ ମଧ୍ୟ ତରଭୂଜ ଖାଇବା ପରେ ଏହାର ମଞ୍ଜିକୁ ବାହାରକରି ଫୋପାଡ଼ି ଦେଉଛନ୍ତି କି ? ଯଦି ଫୋପାଡ଼ି ଦେଉଛନ୍ତି ତେବେ ଆପଣ ମଧ୍ୟ ଅନ୍ୟମାନଙ୍କ ଭଳିଏହାର ଉପକାରିତା ବିଷୟରେ କେହି ଜାଣି ନାହାନ୍ତି । ତେବେ ଆସନ୍ତୁ ଜାଣିନେବା ତରଭୂଜ ମଞ୍ଜିର କଣ ରହିଛି ଉପକାରୀ ଗୁଣ ରହିଛି।
- ପୁଷ୍ଟିସାରରେ ଭରା ତରଭୂଜ ମଞ୍ଜିକୁ ଖାଇବା ଦ୍ୱାରା ଆମକୁ ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ଏହା ବର୍ତ୍ତମାନ ବଜାରରେ ମଧ୍ୟ ମିଳୁଛି। ତରଭୂଜ ମଞ୍ଜିରେ ଲାଇକୋପିନ୍ ନାମକ ତତ୍ତ୍ୱ ରହିଥାଏ। ଯାହାକି କେଶ ଓ ଚେହେରାର ସୁନ୍ଦରତା ବୃଦ୍ଧି କରିଥାଏ । ଶରୀରର ବିକାଶ ପାଇଁ ଏମିନୋ ଏସିଡ୍ର ଆବଶ୍ୟକତା ରହିଥାଏ। ଏହା ତରଭୂଜ ମଞ୍ଜି ପୂରଣ କରିପାରେ । ତରଭୂଜ ମଞ୍ଜିରେ ବହୁ ପରିମାଣରେ ଏମିନୋ ଏସିଡ୍ ରହିଥାଏ।
- ତରଭୂଜ ମଞ୍ଜିରେ ମାଗ୍ନେସିୟମର ମାତ୍ରା ଅଧିକ ରହିଥାଏ। ମାଗ୍ନେସିୟମ ବ୍ଲଡ୍ପ୍ରେସର୍ ନିୟନ୍ତ୍ରଣ ଓ ହଜମ ଶକ୍ତି ବୃଦ୍ଧି କରିବା ଦିଗରେ ସହାୟକ ହୋଇଥାଏ। ପ୍ରତିଦିନ ଅଳ୍ପ ତରଭୂଜ ମଞ୍ଜି ଖାଆନ୍ତୁ ଦେଖିବେ ଅନେକ ସମସ୍ୟା ଦୂର ହୋଇପାରିବ।
- ଡାଏବେଟିସ୍ ରୋଗୀଙ୍କ ପାଇଁ ଜରଭୁଜ ମଞ୍ଜି ବହୁତ ଉପକାରୀ ହୋଇଥାଏ। ଅଳ୍ପ ମଞ୍ଜିକୁ ପାଣିରେ ୧୫ ମିନଟ୍ ପର୍ୟ୍ୟନ୍ତ ଫୁଟାନ୍ତୁ। ଏହି ଫୁଟାପାଣିକୁ ଚା’ ଭଳି ଡାଏବେଟିସ୍ ରୋଗୀମାନେ ପିଇଲେ ସୁଫଳ ମିଳିଥାଏ।
- ତରଭୂଜ ମଞ୍ଜି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ପେଟ ଜନିତ ସମସ୍ୟା ଦେଖାଦେଉଥିଲେ ମଧ୍ୟ ଅଳ୍ପ କିଛି ତରଭୂଜ ମଞ୍ଜି ଖାଇବା ଦ୍ୱାରା ଉପଷମ ମିଳିଥାଏ । ତରଭୂଜ ମଞ୍ଜି ସ୍ମରଣ ଶକ୍ତି ବଢ଼ାଇବାରେ ମଧ୍ୟ ସହାୟକ ହୋଇଥାଏ।