ବୁର୍ଲାରେ ପୁଣି ୪ କୋରୋନା ଯୋଦ୍ଧା ସଂକ୍ରମିତ

ସମ୍ବଲପୁର, (ଓଡିଶା ଟାଇମ୍) : ଜିଲ୍ଲାରେ ଆଜି ୪ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୪ ଜଣ ବୁର୍ଲା ଭୀମସାର କୋଭିଡ ଯୋଦ୍ଧା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ବୁର୍ଲା ଭୀମସାର ମେଡିକାଲରେ ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ଏହାର ସମସ୍ତ ଓପିଡିକୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ଏପରିକି ସମ୍ବଲପୁର ସହରର କେତେକ ସ୍ଥାନରେ ସ୍ଥାନୀୟ ସଂକ୍ରମଣ ବାହାରିବା ପରେ ଉକ୍ତ ଅଞ୍ଚଳ ଗୁଡିକୁ ମଧ୍ୟ ସିଲ୍ କରି ଦିଆଯାଇଛି ।

ଜିଲ୍ଲାବାସୀଙ୍କ ମନରେ ଭୟର ବାତାବତରଣ ଖେଳିଥିବା ବେଳେ ସେମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କୁହାଯାଇଛି । ଏଥିସହ ମାସ୍କ ପିନ୍ଧିବା ଓ ନୀତି ନିୟମକୁ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି । ସେପଟେ ବୁର୍ଲା ଭୀମସାର ମେଡିକାଲରେ ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ଏହାର ସମସ୍ତ ଓପିଡିକୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ଏପରିକି ସମ୍ବଲପୁର ସହରର କେତେକ ସ୍ଥାନରେ ସ୍ଥାନୀୟ ସଂକ୍ରମଣ ବାହାରିବା ପରେ ଉକ୍ତ ଅଞ୍ଚଳ ଗୁଡିକୁ ମଧ୍ୟ ସିଲ୍ କରି ଦିଆଯାଇଛି ।

Leave a Reply

Your email address will not be published.