ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୯୦ କରୋନା ସଂକ୍ରମିତ
ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରୁ ୯୦ଜଣ କୋଭିଡ଼-୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରେ ୨୪ ଘଣ୍ଟାରେ ସର୍ବାଧିକ ୯୦ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ । ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍ରୁ ୬୩ ଜଣ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୭ ପଜିଟିଭ୍ ଚିହ୍ନଟ ରହିଛନ୍ତି । ସେହିପରି ୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍ କରି ସୂଚନା ଦେଇଛି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ପାହାଳ ଫାଣ୍ଡି ନିକଟରୁ ୧୦ଜଣ ଚିହ୍ନଟ ହୋଇଥିବା ବେଳେ ସାଲିଆ ସାହି ଶ୍ରୀକୃଷ୍ଣ ନଗର ଲିଙ୍କରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋଳଥିଆ ଖଣ୍ଡଗିରି ବିହାରରୁ ୩ଜଣ, ଜାଗମରା ଅଞ୍ଚଳରୁ ଜଣେ , ରସୁଲଗଡ ଅଞ୍ଚଳରୁ ୪ଜଣ , ହଂସପାଳ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।