କରୋନା ନେଲା ଜଣେ ପ୍ରଶାସିକାଙ୍କ ମୁଣ୍ଡ

କରୋନା ନେଲା ଜଣେ ପ୍ରାଶାସନିକ ଅଧିକାରୀଙ୍କ ମୁଣ୍ଡ ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି ପଶ୍ଚିମବଙ୍ଗ ହୁଗଲୀ ଜିଲ୍ଲା ଅନ୍ତର୍ଗତ ଚନ୍ଦନ ନଗର ସବ୍ ଡିଭିଜନର ଡେପୁଟି ମାଜିଷ୍ଟ୍ରେଟ୍ ଦେବଦତ୍ତା ରାୟ କିଛି ଦିନ ତଳେ ଦେବଦତ୍ତାଙ୍କ ଠାରେ କରୋନା ଲକ୍ଷ୍ୟଣ ଦେଖା ଦେଇଥିଲା ଦମ୍ ଦମ୍ ଲିଚୁ ବାଗାନ୍ ଅଞ୍ଚଳରେ ନିଜ ବାସଭବନରେ ସେ କ୍ୱାରେଣ୍ଟାଇନରେ ଥିଲେ ଗତ ରବିବାର ସେ ନିଶ୍ୱାସପ୍ରଶ୍ୱାସରେ ଗୁରୁତର କଷ୍ଟ ଅନୁଭବ କରିଥିଲେ ସେରାମପୋରରେ ଥିବା ଶ୍ରମଜୀବୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା କିନ୍ତୁ ସୋମବାର ତାଙ୍କର ମୃତ୍ୟୁ ହୋଇଛି ହୁଗଲୀ ଜିଲ୍ଲାର ପ୍ରବାସୀଙ୍କୁ ଟ୍ରେନରେ ଆଣିବା ଦାୟିତ୍ୱରେ ଥିଲେ ସେ ପ୍ରବାସୀମାନେ ବାହାରୁ ଆସି ପହଞ୍ଚିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରେ ରଖିବା ସହ ସେମାନଙ୍କ ଦାୟିତ୍ୱ ବୁଝୁଥିଲେ 2010 ବ୍ୟାଚର ପଶ୍ଚିମବଙ୍ଗ ରାଜ୍ୟ ପ୍ରାଶାସନିକ ସେବା ଅଧିକାରୀ ଦେବଦତ୍ତା ରାୟଙ୍କୁ 38 ବର୍ଷ ହୋଇଥିଲା ତାଙ୍କର ଗୋଟେ 4 ବର୍ଷର ପୁଅ ଅଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ତାଙ୍କ ସ୍ୱାମୀଙ୍କ ସହ କଥା ହୋଇଛନ୍ତି ଚନ୍ଦନ ନଗର ଡେପୁଟି ମାଜିଷ୍ଟ୍ରେଟ୍ ହେବା ପୂର୍ବରୁ ପୁରୁଲିଆରେ ବିଡିଓ ଥିଲେ ଦେବଦତ୍ତା ରାୟ

Leave a Reply

Your email address will not be published. Required fields are marked *