ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ପୋଲିସ୍‌ର ବଡ଼ ଖୁଲାସା !

ଭୁବନେଶ୍ଵର, (ଓଡିଶା ଟାଇମ୍) : ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାକୁ ୮ ଦିନରୁ ଅଧିକ ସମୟ ବିତିଗଲାଣି । ଏବେବି ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ସସପେନ୍ସ ଲାଗି ରହିଛି । ତେବେ ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ଗତକାଲି ଖୋର୍ଦ୍ଧା ରେଳ ଡିଭିଜନ ଜିଆର୍‌ପି ପୋଲିସକୁ ଦୁର୍ଘଟଣା ଦିନର ସନ୍ଧ୍ୟା ୬ଟା ରୁ ରାତି ୧୦ ଭିତରେ ସେହି ରୁଟ ଦେଇ ଯାଇଥିବା ଟ୍ରେନର ତାଲିକା ଦେଇଥିଲା ।

ତେବେ ଆଜି ଘଟଣାରେ ଜିଆର୍‌ପି ୨୮ଜଣଙ୍କର ବୟାନ ରେକର୍ଡ କରିଛି । ଆଦିତ୍ୟଙ୍କ ମୁଖ୍ୟ ସହଯୋଗୀ ପପୁ, ବିକାଶର ବି ବୟାନ ରେକର୍ଡ ହୋଇଛି । ଗତକାଲି ରାତିରେ ଆଦିତ୍ୟଙ୍କ ବନ୍ଧୁ ପପୁଙ୍କୁ ଥାନାକୁ ଆଣି ଜେରା କରିଥିଲା ପୋଲିସ। ପପୁଙ୍କୁ ଦୀର୍ଘ ସମୟ ଜେରା କରିଥିଲା ଜିଆର୍‌ପି। ଜେରାରେ ପପୁ ଆଦିତ୍ୟଙ୍କ ଠାରୁ ନେଇଥିବା ଲକ୍ଷେ ଟଙ୍କାର ତଥ୍ୟ ରଖିଲେ। ଆଦିତ୍ୟଙ୍କ ସହ ତାଙ୍କର ସଂପର୍କକୁ ନେଇ ମଧ୍ୟ ତଥ୍ୟ ରଖିଲେ।

ଏହାସହ ସମାଜସେବୀ ଆଦିତ୍ୟ ଦାଶଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ସୁଇସାଇଡ ନୋଟ୍ ଫୋରେନସିକ୍ ଲ୍ୟାବ୍‌କୁ ପଠାଯାଇଛି। ଏଥିସହ ପୂର୍ବ ହାତଲେଖା, ଚେକ୍ ଦସ୍ତଖତ ମଧ୍ୟ ଫୋରେନ୍ସିକ୍ ଲ୍ୟାବ୍‌କୁ ପଠାଯାଇଛି। ଏହି ମାମଲାକୁ ନେଇ ସାଇଣ୍ଟିଫିକ୍ ତଦନ୍ତର ସହାୟତା ନେଇଛି ଜିଆରପି।

ଜବତ ସୁଇସାଇଡ୍ ନୋଟରେ ଥିବା ଲେଖା ଆଦିତ୍ୟଙ୍କର କି ଆଉ କାହାର ତାର ତଦନ୍ତ ଚାଲିଛି। ଆଦିତ୍ୟଙ୍କ କିଛି ପୁରୁଣା ଦସ୍ତଖତ ସହ ଏହାର ମେଳ କରାଯିବ। ସେହିପରି ମୃତ୍ୟୁର ଗୋଟିଏ ସପ୍ତାହ ପୂର୍ବରୁ ଆଦିତ୍ୟଙ୍କ ପତ୍ନୀ, ସହକର୍ମୀ ପପୁ ଓ ବିକାଶଙ୍କ କଲ୍ ରେକର୍ଡିଂର ମଧ୍ୟ ଯାଞ୍ଚ ଜାରି ରହିଛି।ରାଜଧାନୀରେ ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଛି। ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ କଡ଼ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାକୁ ନେଇ ସନ୍ଦେହ ଲାଗିରହିଥିବା ବେଳେ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଜିଆରପି ତନାଘନା କରିଛି।

Leave a Reply

Your email address will not be published.