ବିଚାରାଧୀନ କଏଦୀ କରୋନା ପଜିଟିଭ୍
ଖୁର୍ଦ୍ଧା, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ ବଢିବାରେ ଲାଗିଛି। ଏହାରି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ସବ ଜେଲକୁ କରୋନା ଭୂତାଣୁ ଛୁଇଁଛି। ଜଣେ ବିଚାରାଧୀନ କଏଦୀଙ୍କୁ କରୋନା ହୋଇଥିବା ସୂଚନା ଦେଇଛନ୍ତି ଜେଲ ସୁପରିଟେଣ୍ଡେଣ୍ଟ । କଏଦୀ ଜଣକ ଜାମିନ ପାଇ ଘରକୁ ଗଲାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢିଯାଇଛି।
ବର୍ତ୍ତମାନ ବାଣପୁର ସବ ଜେଲରେ ୧୬୬ ଜଣ କଏଦୀ ଅଛନ୍ତି । କିଛି ଦିନ ତଳେ ଜେଲ କର୍ତ୍ତୃପକ୍ଷ ସମସ୍ତ କଏଦୀଙ୍କ ସ୍ବାବ ଟେଷ୍ଟ ପାଇଁ ସରକାରଙ୍କୁ ଲିଖିତ ଅନୁରୋଧ କରିଥିଲେ। ଗତ ୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୫ ଜଣଙ୍କର ସ୍ବାବ ନମୁନା ପରୀକ୍ଷା ପାଇଁ ଯାଇଥିଲା। ଜଣେ କଏଦୀ ପଜିଟିଭ ଚିହ୍ନଟ ପରେ ସେ ରହୁଥିବା ସେଲ୍ର ସମସ୍ତ ୮ ଜଣ କଏଦୀଙ୍କୁ କ୍ଵାରେଣ୍ଟିନରେ ରଖାଯାଇଛି । ଏହାସହ ଜେଲ ସୁପରିଟେଣ୍ଡେଣ୍ଟ, ଫାର୍ମାସିଷ୍ଟ ଏବଂ ସମସ୍ତ କର୍ମଚାରୀ ହୋମ କ୍ବାରେଣ୍ଟାଇନରେ ଅଛନ୍ତି ।