ଆଜି କଟକ ଜିଲ୍ଲାରୁ ୨୩ ନୂଆ କରୋନା ପଜିଟିଭ୍ ଚିହ୍ନଟ୍
କଟକ, (ଓଡିଶା ଟାଇମ୍) : କଟକ ଜିଲ୍ଲାରୁ ପୁଣି ନୂଆ ୨୩ କରୋନା ଆକ୍ରାନ୍ତ ଚିହ୍ନଟ। ଏମାନଙ୍କ ମଧ୍ୟରୁ ୧୬ ଜଣ କଟକ ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏଥିସହ ୪୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯଦି କଟକର କରୋନା ସ୍ଥିତି କହିବା ତେବେ ବର୍ତ୍ତମାନ ସୁଦ୍ଧା କଟକରେ ୧୩୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି କଟକରେ ବର୍ତ୍ତମାନ ୧୨୮ ଆକ୍ଟିଭ୍ କେସ୍ ରହିଛି।
ଅନ୍ୟପଟେ, ଭୁବନେଶ୍ୱରରୁ ଆଜି ୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୪ ପଜିଟିଭଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୦ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ୨୯ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।