ଗଞ୍ଜାମରେ ହେବ ଆଉ ୮ଟି କୋଭିଡ଼ ହସ୍ପିଟାଲ

ଭୁବନେଶ୍ବର, (ଓଡିଶା ଟାଇମ୍) :  ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମରେ ଆଉ ୮ଟି କୋଭିଡ୍‌ ହସ୍ପିଟାଲ । ୫ଟି CCC (CCC- କୋଭିଡ୍‌ କେୟାର ସେଣ୍ଟର) ଓ ୩ଟି DCHC (ଡେଡିକେଟେଡ କୋଭିଡ୍‌ ହେଲ୍‌ଥ ସେଣ୍ଟର) ହସ୍ପିଟାଲ ପ୍ରସ୍ତୁତ କରାଯିବ ।  ୮ଟି ହସ୍ପିଟାଲରେ ରହିବ ୧୧୫୦ଟି ବେଡ୍‌ । CCCରେ ୯୦୦ ଓ DCHCରେ ୨୫୦ଟି ବେଡ୍‌ ରହିବା ପାଇଁ ଯୋଜନା କରାଯାଇଛି । ସେହିପରି  ଆସିକା, ସାନଖେମୁଣ୍ଡି, ପାତ୍ରପୁର ଓ ବ୍ରହ୍ମପୁରରେ ହସ୍ପିଟାଲ କରାଯିବ ।

ସେହିପରି ଏକ ଦୈନିକ ଖବର କାଗଜର ହିଞ୍ଜିଳି ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଛି । ଗତ କିଛି ଦିନ ହେଲା ପ୍ରିୟଦର୍ଶୀ କରୋନା ସଂକ୍ରମିତ ହୋଇ ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।  ରାଜ୍ୟରେ ପ୍ରଥମ ଥର ପାଇଁ କରୋନାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି ।

ଗଞ୍ଜାମ ସ୍ଥିତି ସଂଗୀନ ହେଉଥିବା ବେଳେ ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ଲାଗିପଡିଛି । ଘର ଘର ବୁଲି ହେଲ୍ଥ ସ୍କ୍ରିନିଂ କରାଯାଉଛି । ଜିଲ୍ଲାରେ  ୧୧୪୭ଟି କୋଭିଡ ମନିଟର, ୭୬ କଣ୍ଟେନମେଣ୍ଟ ଜୋନ, ଗ୍ରାମାଞ୍ଚଳରେ ୪୫୬ କୋଭିଡ କେୟାର ହୋମ, ସହରାଞ୍ଚଳରେ ୧୭ଟି କୋଭିଡ ହୋମ, ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଗୋଟିଏ କୋଭିଡ କେୟାର ହୋମର ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published.