ବିରଳ ଘଟଣା: ଏକ ସଙ୍ଗେ ୪ ବାଛୁରୀଙ୍କୁ ଜନ୍ମ ଦେଲା ଗୋଟିଏ ଗାଈ

କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍‌) :ଗୋଟିଏ ଗାଈ ଏକାଥରକେ ୪ଟି ବାଛୁରୀ ଜନ୍ମ ଦେଲା ଭଳି ବିରଳ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଚେରୀପଡ଼ା ଗାଁରେ ଗୋଟିଏ ଗାଇ ୪ଟି ବାଛୁରୀ ଜନ୍ମ ଦେଇଛି । କଚେରୀପଡ଼ା ଗଁାଁର କକୁଞ୍ଜବିହାରୀ ଓଝାଙ୍କର ହଲିଷ୍ଟନ ପ୍ରଜାତିର ଏକ ଗାଇ ଅଛି ।

ସେହି ଗାଇ ତା’ର ପ୍ରଥମ ଗର୍ଭରେ ୪ଟି ବାଛୁରୀ ଜନ୍ମ ଦେଇ ଚର୍ଚ୍ଚିତ ହୋଇଛି । ନବଜାତ୪ଟି ବାଛୁରୀଙ୍କ ମଧ୍ୟରୁ ୩ଟି ମାଇ ବାଛୁରୀ ହୋଇଥିବା ବେଳେ ଗୋଟିଏ ଅଣ୍ଡିରା ବାଛଛୁରୀ । ମା ଗାଇ ଓ ନବଜାତ ବାଛୁରୀମାନେ ସୁସ୍ଥ ଅଛନ୍ତି । କିନ୍ତୁ ମା’ ଗାଇ ଏକାବେଳେ ୪ଟି ଯାକ ବାଛୁରୀଙ୍କୁ କ୍ଷୀର ପିଆଇ ଦେଉନଥିବାରୁ ଗାେଇ ମାଲିକ ବାଛୁରୀମାନଙ୍କୁ ବୋତଲରେ କ୍ଷୀର ପିଆଉଛନ୍ତି । ତେବେ ଏହା ଏକ ବିରଳ ଘଟଣା ବୋଲି ପଶୁ ବିଜ୍ଞାନୀମାନେ ମତଦେଉଛନ୍ତି । ପ୍ରାୟ ୧୧ ମିଲିୟନ ଗାଇଙ୍କ ମଧ୍ୟରେ ଗୋଟିଏ ଗାଇ ଏହିପରି ଏକାଧିକ ବାଛୁରୀ ଜନ୍ମ ଦେଇଥଆନ୍ତି । ଗାଇର ଗର୍ଭଧାରଣ ସମୟରେ ଏକାଧିକ ସକ୍ରିୟ ଡିମ୍ବାଣୁ ପ୍ରଜନନ ହୋଇଥିବାରୁ ଏକାଧିକ ବାଛୁରୀ ଜନ୍ମ ହୋଇଥାଆନ୍ତି ବୋଲି ପଶୁ ବିଜ୍ଞାନୀମାନେ କହିଛନ୍ତି ।

Leave a Reply

Your email address will not be published.

%d bloggers like this: