ଭୁବନେଶ୍ବରରୁ ଆଉ ୩୮ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଭୁବନେଶ୍ୱରରୁ ଆଉ ୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୬ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୧୨ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଆହୁରି ମଧ୍ୟ ୬ଜଣ ଆରୋଗ୍ୟ ଲାଭ କରିଥିବା ବିଏମସି ଟ୍ୱିଟ୍ କରି ସୂଚନା ଦେଇଛି ।

ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମିତମାନେ ହେଲେ, କୋଳଥିଆର ଜଣେ ୫୮ ବର୍ଷର ବ୍ୟକ୍ତି, ପୋଖରୀପୁଟର କାର୍ଗିଲ ବସ୍ତି ୪୦ ବର୍ଷର ବ୍ୟକ୍ତି, ଭିମଟାଙ୍ଗୀର ୫୭ ବର୍ଷର ବ୍ୟକ୍ତି, ଚନ୍ଦ୍ରଶେଖରପୁର ଅଞ୍ଚଳର ୨୮ ଓ ୨୭ ବର୍ଷର ଯୁବକ, ଗଙ୍ଗନଗରର ୪୩ ଓ ୧୩ ବର୍ଷର ମହିଳା ଓ ନିଳାଦ୍ରୀ ବିହାରର ୨୩ ବର୍ଷର ଯୁବକ, ସେହିପରି ନୟାପଲ୍ଲୀ ଏନ-୫ର ଜଣେ ୫୫ ବର୍ଷୀୟା ବ୍ୟକ୍ତି । ସ୍ଥାନୀୟ ସଂକ୍ରମିତଙ୍କ କଣ୍ଟାକ୍ଟ୍ ଟ୍ରେସିଂ ଜାରି ରହିଥିବା ବିଏମସି କହିଛି ।

Leave a Reply

Your email address will not be published.