ସପେଟା ଖାଇବାର ଫାଇଦା ବିଷୟରେ ଜାଣିଲେ,ସପେଟା ଖାଇବାକୁ ବାଧ୍ୟ ହୋଇଯିବେ ଆପଣ

(ଓଡିଶା ଟାଇମ୍) :ଶୀତଦିନେ ଅଧିକ ପରିମାଣରେ ସପେଟା ମିଳିଥାଏ । ଏହି ଫଳ ମୁଖ୍ୟାତଃ ଜଙ୍ଗଲିଆ ଅଞ୍ଚଳରେ ଅଧିକ ପରିମାଣରେ ଦେଖାଯାଇଥାଏ । ଏହି ଫଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ଭିଟାମିନ୍, ମିନେରାଲ୍ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି । ତେଣୁ ଶୀତଦିନେ ସପେଟା ଫଳ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟକୁ ଆନେକ ଫାଇଦା ମିଳିଥାଏ ।ଫଳ ଖାଇଲେ ହଜମ କ୍ରିୟା ସୁଚାରୁ ରୂପେ ସମ୍ପାଦିତ ହୋଇଥାଏ। ଏହା ଦ୍ବାରା ଖାଦ୍ୟନଳୀ ମଧ୍ୟ ସୁସ୍ଥ ରହିଥାଏ। ଏଥିରେ ଥିବା ଫାଇବର ବିଭିନ୍ନ ଔଷଧ ପ୍ରସ୍ତୁତ କରିବାରେ ବ୍ୟବହୃତ ହୋଇଥାଏ। ସପେଟା ଖାଇଲେ କୋଷ୍ଠକାଠିନ୍ୟରୁ ମଧ୍ୟ ମୁକ୍ତି ମିଳିଥାଏ।

  • ଶୀତଦିନେ ସପେଟା ଖାଇବା ଦ୍ୱାରା ଶରୀରକୁ ଭରପୂର ମାତ୍ରାରେ ଶକ୍ତି ମିଳିଥାଏ । ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ ।
  • ଏହା ଫାଇବର ଯୁକ୍ତ ହୋଇଥିବାରୁ ନିୟମିତ ଏହାକୁ ସେବନ କଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।
  • ଶୀତଦିନେ ଏହାକୁ ନିୟମିତ ଖାଇଲେ ଶରୀରର ଓଜନ କମ ହୋଇଥାଏ ।
  • ସପେଟା ଖାଇଲେ ହୃଦରୋଗ ଓ ରକ୍ତଚାପ ସମସ୍ୟା ଦୂର ହୋଇଥାଏ ।
  • ସପେଟାରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ବ ରହିଥାଏ। ଏହା ଭିଟାମିନ୍ ଏ,ସି,ଇ ର ଗନ୍ତାଘର ହୋଇଥାଏ। ଏହା ଖାଇଲେ ତ୍ବଚା ମଧ୍ୟ ସୁସ୍ଥ ଏବଂ ନମନୀୟ ରହିଥାଏ। ଆଣ୍ଟିଅକ୍ସିଡାଣ୍ଟ ରହିଥିବା ହେତୁ ଚର୍ମ କୁଞ୍ଚନ ହୋଇନଥାଏ। ଏହା ଖାଇବା ଦ୍ବାରା ବାଳ ଝଡ଼ିବା ସମସ୍ୟାରୁ ମୁକ୍ତି ମିଳିଥାଏ।
  • ଶୀତଦିନେ ଆପଣଙ୍କୁ ଯଦି ଥଣ୍ଡା କିମ୍ବା କାଶ ଆଦି ସମସ୍ୟା ହୋଇଥାଏ ତେବେ ସପେଟା ଖାଇବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ କାରଣ ସପେଟା,ଛାତିରେ ଜମିରହିଥିବା କଫ ନାକ ବାଟେ ବାହାରକୁ ବାହାରି ଆସିଥାଏ।

Leave a Reply

Your email address will not be published. Required fields are marked *