ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭୦ କରୋନା ସଂକ୍ରମିତ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୫୭୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୫୨୬ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୮୪ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୮୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ଚିହ୍ନଟ ହୋଇଥିବା ସଂକ୍ରମଣଙ୍କ ମଧ୍ୟରୁ ଗଞ୍ଜାମରୁ ୨୧୮, ଅନୁଗୋଳର ୧୧, ବାଲେଶ୍ୱରର ୩, ଭଦ୍ରକରୁ ୨, ବୌଦ୍ଧ ୩, କଟକରୁ ୪୬, ଗଜପତିରୁ ୨୫, ଜଗତସିଂପୁରରୁ ୧୬, ଯାଜପୁରରୁ ୪୦, ଝାରସୁଗୁଡାରୁ ୩୧, କେନ୍ଦ୍ରାପଡାରୁ ୬, କେଉଁଝରରୁ ୧୪, ଖୋର୍ଧା ୩୭, କୋରାପୁଟରୁ ୧୧, ମୟୂରଭଞ୍ଜରୁ ୧୦, ନୟାଗଡରୁ ୩୭, ପୁରୀରୁ ୧୫, ସମ୍ବଲପୁରରୁ ଜଣେ, ସୁନ୍ଦରଗଡରୁ ୪୪ ଜଣ ରହିଛନ୍ତି ।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬ ରେ ପହଞ୍ଚିଛି। ସେଥିମଧ୍ୟରୁ ୭,୯୭୨ ଜଣ ସୁସ୍ଥ ହୋଇଥିବାବେଳେ ୪,୪୭୫ ଜଣ ଚିକିତ୍ସାଧୀନ ଅଛନ୍ତି।