ଓଡ଼ିଶା ବିଧାନସଭା ସଟ୍‌ଡାଉନ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଦିନକ ପାଇଁ ଓଡ଼ିଶା ବିଧାନସଭା ସଟ୍‌ଡାଉନ୍‌ ଘୋଷଣା ହୋଇଛି। ବିଧାନସଭାର ଜଣେ କର୍ମଚାରୀଙ୍କ ସଂପର୍କୀୟ ପଜିଟିଭ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ସଟ୍‌ଡାଉନ୍‌ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ଅଧିବେଶନ ଚାଲୁ ନ ଥିଲେ ମଧ୍ୟ ବିଧାନସଭାର ଅନ୍ୟାନ୍ୟ ଅଫିସିଆଲ୍ କାମ ଚାଲିଥାଏ। ଅନ୍ୟପକ୍ଷନୀଳଗିରି ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବୈଠକରେ ଉପସ୍ଥିତ ବିଧାନସଭାର କର୍ମଚାରୀଙ୍କୁ ଛୁଟିରେ ରହିବାକୁ କୁହାଯାଇଛି।

ଆସନ୍ତା ସୋମବାର ପରବର୍ତ୍ତୀ ପଦକ୍ଷେପ ପାଇଁ ନିଷ୍ପତ୍ତି ନିଆଯିବ । ଏଥିସହିତ ଭିଡ଼ିଓ କନଫରେନ୍ସ ଜରିଆରେ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି କହିଛନ୍ତି ।

Leave a Reply

Your email address will not be published. Required fields are marked *