ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ନିହତ

କାନପୁର, (ଓଡିଶା ଟାଇମ୍‌): କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି । ପୋଲିସ ତାକୁ ଗାଡିରେ କାନପୁର ଆଣୁଥିବା ବେଳେ ରାସ୍ତାରେ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ସମୟରେ ସେ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଏନକାଉଣ୍ଟର କରିଥିଲା ।

ପ୍ରାପ୍ତ ସୂଚନାନୁଯାୟୀ ଏସଟିଏଫ୍ ଟିମ୍ ବିକାଶକୁ ଗାଡିରେ କାନପୁର ଆଣୁଥିଲେ । ଏହି ସମୟରେ ଗାଡି ଦୁର୍ଘଟଣା ଗ୍ରସ୍ତ ହେବାରୁ ସେ ଜଣେ ପୋଲିସ ଅଧିକାରୀଙ୍କ ଠାରୁ ବନ୍ଧୁକ ଛଡାଇ ଫେରାର ହେବାକୁ ଚେଷ୍ଟା କରୁଥିଲେ । ପରେ ଗୁଳି ବିନିମୟରେ ବିକାଶ ନିହତ ହୋଇଥିଲା ।

ଏହି ଏନକାଉଣ୍ଟରରେ ୪ ଜଣ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି ।

ଗତକାଲି ମଧ୍ୟପ୍ରଦେଶର ଉଜ୍ଜେନରୁ ପୋଲିସ ତାକୁ ଗିରଫ କରିଥିଲା । ଜୁଲାଇ ୨ତାରିଖରେ କାନପୁରରେ ଘଟିଥିବା ସୁଟ୍ଆଉଟ୍ ଘଟଣାର ମାଷ୍ଟରମାଇଣ୍ଡ ଥିଲା ବିକାଶ ଦୁବେ । ଦୀର୍ଘ ଦିନ ହେଲା ପୋଲିସ ବିକାଶ ଦୁବେକୁ ଖୋଜୁଥିଲା ବେଳେ ପୋଲିସ ବିକାଶକୁ ଗିରଫ କରିଥିଲା ।

ବିକାଶକୁ ଗିରଫ କରିବା ପରେ ମଧ୍ୟପ୍ରଦେଶ ପୋଲିସ ପଚରାଉଚରା ପରେ ତାକୁ ଏସଟିଏଫ୍ ଟିମକୁ ହସ୍ତାନ୍ତର କରିଥିଲା । କାନପୁର ଗୁଳିକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲା ବିକାଶ । ଆଠ ଜଣ ପୋଲିସ କର୍ମଚାରୀଙ୍କ ହତ୍ୟାକଣ୍ଡ ପରେ ସେ ଫେରାର ଥିଲା ।

Leave a Reply

Your email address will not be published. Required fields are marked *