୨ ଦିନ ସଟଡାଉନ ହେଲା ବୁର୍ଲା

ସମ୍ବଲପୁର, (ଓଡିଶା ଟାଇମ୍) : ସମ୍ବଲପୁର ଜିଲାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲାର ୩ ରୁ ୭ ନମ୍ବର ୱାର୍ଡକୁ ଦୁଇ ଦିନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସଟଡାଉନ କରାଯାଇଛି ।  ଆସନ୍ତା କାଲି ଅର୍ଥାତ ଗୁରୁବାର ଓ ୧୦ ତାରିଖ ଦୁଇ ଦିନ ସଟଡାଉନ ରହିବ। ଜରୁରୀକାଳୀନ ସେବା ଓ ବୁର୍ଲା ଭିମସାର କ୍ୟମ୍ପସକୁ ସଟଡାଉନରୁ ବାଦ ଦିଆଯାଇଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଟଡ଼ାଉନ ଘୋଷଣା କରାଯାଇଛି । ଜିଲ୍ଳା ପ୍ରଶାସନ ପକ୍ଷରୁ ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି । କିନ୍ତୁ ବୁର୍ଲା ମେଡ଼ିକାଲ କ୍ୟାମ୍ପସକୁ ସଟଡାଉନରୁ କୋହଳ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜନସମ୍ପର୍କ ଅଧିକାରୀ ।

Leave a Reply

Your email address will not be published.