ଆଇଟିଆର୍‌ର ପୂର୍ବତନ ଛାତ୍ରଙ୍କ ଦ୍ୱାରା ସେବା ପ୍ରଦାନକାରୀ ଷ୍ଟାର୍ଟଅପ୍ ଆରମ୍ଭ

ଭୁବନେଶ୍ୱର,(ଓଡିଶା ଟାଇମ୍) : ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ର କେତେକ ପୂର୍ବତନ ଛାତ୍ର ଗ୍ରାହକମାନଙ୍କ ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି ।
ହୋମ୍ ଆକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ସଂସ୍ଥାର ଏହି ଅନ୍‌ଲାଇନ୍ ଆପ୍ ମାଧ୍ୟମରେ ଏୟାର କଣ୍ଡିସନ୍‌ର, ରେଫ୍ରିଜେରେଟର, ୱାଶିଂ ମେସିନ୍ ଇତ୍ୟାଦି ମରାମତି ଏବଂ ସର୍ଭିସିଂ ନିମନ୍ତେ ଏହି ଆପ୍‌ଟି ଗ୍ରାହକମାନଙ୍କ ନିକଟରେ ସୁବିଧା ପହଂଚାଇବ । ସେହିପରି ବାଇକ୍ ଏବଂ କାର୍ ଇତ୍ୟାଦି ନିମନ୍ତେ ବିଭିନ୍ନ ସୂଚନା ଏହି କମ୍ପାନୀ ଯୋଗାଇବ ବୋଲି ଷ୍ଟାର୍ଟଅପ୍‌ର କର୍ମକର୍ତା ସୂଚନା ଦେଇଛନ୍ତି ।

ଏହି କମ୍ପାନୀରେ ଇଲେକ୍ଟ୍ରିସିଆନ୍‌, ପ୍ଲମ୍ବର୍ସ, କାରପେଂଟର୍ସ ଏବଂ ସଫ୍ଟୱେୟାର ଡେଭଲପରଙ୍କ ଭଳି ବୈଷୟିକ ଶିକ୍ଷା ଗ୍ରହଣ କରିଥିବା ବ୍ୟକ୍ତି କାର୍ଯ୍ୟ କରୁଛନ୍ତି ଏବଂ ସେମାନେ ଗ୍ରାହକମାନଙ୍କର ବିଭିନ୍ନ ଆବଶ୍ୟକତା ପୂରଣ କରିପାରିବେ ।

ଗ୍ରାହକମାନେ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ଆମ ଆପ୍‌ଟିକୁ ଡାଉନ୍‌ଲୋଡ କରି ସେବା ନେଇପାରିବେ । ଖୁବ୍ କମ୍ ମୂଲ୍ୟରେ ଆମେ ସେବା ଯୋଗାଇ ଦେଉଥିବା ବେଳେ ୩୦ ଦିନର ୱାରେଂଟି ଦେଉଛନ୍ତି ବୋଲି ସଂପୃକ୍ତ କମ୍ପାନୀ ପକ୍ଷରୁ କୁହାଯାଇଛି ।ଭୁବନେଶ୍ୱରରେ ଏବେ ୨୪୦ ରୁ ଅଧିକ ଟେକ୍ନିସିଆନ୍ ଏହି କମ୍ପାନୀ ପାଇଁ କାର୍ଯ୍ୟ କରୁଛନ୍ତି । 

ଆଇଟିଇଆର୍‌ର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ବିଟେକ୍‌ର ପୂର୍ବତନ ଛାତ୍ର ଅମିତ କୁମାର ପୃଷ୍ଟି ଏହି କମ୍ପାନୀର ସହ ରହିଥିବା ବେଳେ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗରେ ଏମ୍‌ଟେକ୍ କରିଥିବା ଆଶୁତୋଷ ଦାସ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି । ଆଇଟିଇଆର୍‌ର ପୂର୍ବତନ ଛାତ୍ର ତଥା ଇଲେକ୍ଟ୍ରୋନିକ୍ସରେ ପିଏଚ୍‌ଡି କରୁଥିବା ସତୀଶ କୁମାର ସାମଲ୍ ଏହି ଗ୍ରୁପ୍‌ର ଉପଦେଷ୍ଟା ରହିଥିବା ବେଳେ ଜର୍ମାନୀର କୋନ୍ ୟୁନିଭର୍ସିଟିର ଗବେଷକ ତଥା ଗ୍ରାଭିଟେସନାଲ  ବାୟୋଲୋଜିଷ୍ଟ ଅଭିଷେକ ଆଚାର୍ଯ୍ୟ ଏହି କମ୍ପାନୀର ପରାମର୍ଶଦାତା ଅଛନ୍ତି ।

Leave a Reply

Your email address will not be published. Required fields are marked *