ଆସନ୍ତା 5 ଦିନ ବର୍ଷା ଆଶଙ୍କା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି । ଏହା ପ୍ରଭାବରେ ଆଗାମୀ ୫ଦିନ ଯାଏଁ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସୂଚନା ମୁତାବକ ଜୁଲାଇ ୮ ଓ ୯ତାରିଖରେ ରାଜ୍ୟର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଏହାସହ ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବା ନେଇ ଆକଳନ କରାଯାଇଛି ।

ଜୁଲାଇ ୧୦ତାରିଖ ବେଳକୁ ରାଜ୍ୟରେ ପୁଣି ବର୍ଷା ବଢିବା ନେଇ ପାଣିପାଗ ବିଭାଗ କେନ୍ଦ୍ରର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସୂଚନାନୁସାରେ, ଚଳିତ ବର୍ଷ ରାଜ୍ୟରେ କମ୍‌ ସଂଖ୍ୟା ବର୍ଷା ହୋଇଥିବା ସୂଚନା ରହିଛି ।

Leave a Reply

Your email address will not be published.