ପୁଲୱାମାରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିହତ
ଶ୍ରୀନଗର, (ଓଡିଶା ଟାଇମ୍) : ଦକ୍ଷିଣ କାଶ୍ମୀରର ପୁଲଓ୍ୱାମା ଜିଲ୍ଲାରେ ଗୌସୁ ଅଞ୍ଚଳରେ ମଙ୍ଗଳବାର ଦିନ ସୁରକ୍ଷାକର୍ମୀ-ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଏନ୍କାଉଣ୍ଟରେ ଜଣେ ଆତଙ୍କୀ ନିହତ ହୋଇଥିବା ବେଳେ କିଛି ସୁରକ୍ଷାକର୍ମୀ ଆହତ ଥିବା ଜଣାପଡିଛି । ବର୍ତ୍ତମାନ ମଧ୍ୟ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ସେନା ପକ୍ଷରୁ ପୁରା ଅଞ୍ଚଳକୁ ଘେରିଯାଇ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।
ଆତଙ୍କବାଦୀମାନେ ଡେଲିନା ଫାଣ୍ଡି ଉପରେ ଗ୍ରେନେଡ ଆକ୍ରମଣ କରିଥିଲେ। ଗ୍ରେନେଡ୍ ବାହାରେ ମାଡ଼ ହେବାରୁ କୌଣସି କ୍ଷୟକ୍ଷତି ହୋଇ ନ ଥିଲା। ଏହି ଘଟଣା ପରେ ପୁଲିସ ଏବଂ ଯବାନମାନେ ସମ୍ପୃକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ସିଲ୍ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ।