ପରଲୋକରେ ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସ

ଭୁବନେଶ୍ବର, (ଓଡିଶା ଟାଇମ୍) :ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପରଲୋକ। ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ବିଷ୍ଣୁ ଦାସ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଗତ କିଛି ଦିନ ଧରି ସେ ଚିକିତ୍ସାଧୀନ ଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିଲା ଏବଂ ସେ କୋମାରେ ଥିଲେ। ଆଜି ତାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା।

ବିଧାୟକ ବିଷ୍ଣୁ ଦାସ ୨୦୧୯ ନିର୍ବାଚନରେ ତିର୍ତ୍ତୋଲ ସଂରକ୍ଷିତ ନିର୍ବାଚନ ମଣ୍ଡଳିରୁ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ତେବେ ୨୦୧୪ରେ ପରାଜିତ ହୋଇଥିବା  ବିଷ୍ଣୁ ଦାସ ତା ପୂର୍ବରୁ ଲଗାତାର ପାଞ୍ଚ ଥର ଜଗତିସିଂହପୁର ବିଧାନସଭା ଆସନରୁ ଜିତିଥିଲେ। ସେ ମଧ୍ୟ କିଛି ଦିନ ରାଜ୍ୟସଭା ସଦସ୍ୟ ଏବଂ ଯୋଜନା ବୋର୍ଡ ଉପାଧ୍ୟକ୍ଷ ରହିଥିଲେ। ସେ ଜଗତସିଂହପୁର ଜିଲ୍ଲାରେ ଜଣେ ପ୍ରଭାବଶାଳୀ  ବିଜେଡି ନେତା ଭାବେ ପରିଚିତ।

ସେ ନବୀନ  ପଟ୍ଟନାୟକଙ୍କ ସରକାରରେ କିଛି ଦିନ ମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଛନ୍ତି। ଏହା ବ୍ୟତୀତ ଦଳର ସାଙ୍ଗଠନିକ ପଦ ସମ୍ଭାଳି ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳର ସଭାପତି ଥିଲେ। ସେ ୨୦୧୬ ମସିହାରେ ରାଜ୍ୟସଭାକୁ ନିଚିତ  ହୋଇଥିଲେ। ତେବେ ୨୦୧୭ରେ ରାଜ୍ୟସଭାରୁ ଇସ୍ତଫା ଦେଇ ସେ ଯୋଜନା  ବୋର୍ଡ ଉପାଧ୍ୟକ୍ଷ  ପଦ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *