ବିଧାନସଭାର ସମସ୍ତ କମିଟି ବୈଠକକୁ ବାତିଲ୍ କଲେ ବାଚସ୍ପତି
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜ୍ୟରେ ନୂଆ ୪୫୬ ଜଣ ପଜିଟିଭ ଚିହ୍ନଟ ହେବା ସହ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ କରୋନା ପାଇଁ ବିଧାନସଭାର ସବୁ କମିଟି ବୈଠକ ବାତିଲ୍ କରାଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ବିଧାନସଭା ବାଚସ୍ପତିି ସୂର୍ଯ୍ୟନାରାୟଣ ପାତ୍ର ।
ଏନେଇ ବାଚସ୍ପତି କହିଛନ୍ତି ଯେ, ‘କେନ୍ଦ୍ର ସରକାର ଓ ରାଜ୍ୟସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଜୁଲାଇ ମାସକୁ ଗୁରୁତ୍ବପୂର୍ଣ ବୋଲି ଘୋଷଣା କରିଛନ୍ତି । ରାଜ୍ୟରେ ଯେତିକି ଭଲ ହେଉଛନ୍ତି ପଜେଟିଭ ବି ବାହାରିଛନ୍ତି । ଗତ ମାସରେ ବିଧାନସଭାର ବିଭିନ୍ନ କମିଟି ବୈଠକ ପାଇଁ ଅନୁମତି ଦେଇଥିଲୁ । ସେଥିରୁ କିଛି ବି ହୋଇଥିଲା । କିନ୍ତୁ ଗତକାଲି ସବୁ ବୈଠକ ବାତିଲ ନେଇ ନିଷ୍ପତି କରାଯାଇଛି ।’ସେହିପରି ବିଧାନସଭା ମାର୍ଚ୍ଚ ୩୦ ରେ ହୋଇଥିଲା । ଆଉ ୬ ମାସ ଭିତରେ ହେବା କଥା । ଏନେଇ ଲୋକସଭା ବାଚସ୍ପତି, ଲୋକସଭା ସଚିବ ଓ ରାଜ୍ୟପାଳଙ୍କ ସହିତ କଥା ହୋଇଛି । ଏନେଇ ସମସ୍ତଙ୍କର ମତକୁ ଅପେକ୍ଷା କରାଯାଇଛି ବୋଲି ବାଚସ୍ପତି କହିଛନ୍ତି ।