ଖୋର୍ଦ୍ଧାର ଶୈବପୀଠରେ ୧୪୪ ଧାରା ଲାଗୁ
ଭୁବନେଶ୍ବର, (ଓଡିଶା ଟାଇମ୍) : ଖୋର୍ଦ୍ଧା ସବ ଡିଭିଜନ ଅଧୀନ ସବୁ ଶୈବପୀଠରେ ଲାଗୁ ହୋଇଛି ୧୪୪ ଧାରା । ଜୁଲାଇ ୩୧ ତାରିଖ ଯାଏଁ ୧୪୪ ଧାରା ଜାରି କରିଛନ୍ତି ଉପଜିଲ୍ଲାପାଳ । ଟାଙ୍ଗୀ, ବାଣପୁର, ବାଲୁଗାଁ, ବେଗୁନିଆ, ବୋଲଗଡର ଶୈବପୀଠରେ ୧୪୪ ଧାରା ଜାରି କରାଯାଇଥିବା ସୂଚନା ମିଳିଛି । ଜଳାଶୟରୁ ପାଣି ଉଠାଇ ରାସ୍ତାରେ ଯିବା, ଶିବ ମନ୍ଦିର ଯାଇ ଜଳାଭିଷେକ କରିବାକୁ ମନା କରାଯାଇଛି ।
ତେବେ ସାରା ରାଜ୍ୟରେ କରୋନା ମହାମମାରୀ ହୁ ହୁ ହୋଇ ବଢିଚାଲିଥିବା ବେଳେ ଚଳିତବର୍ଷ ଶୈବପୀଠରେ କାଉଡିଆଙ୍କୁ ଜଳାଭିଷେକ କରିବାକୁ ମନା ହୋଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।