ଖୋଲିଗଲା ବିଶ୍ବର ପ୍ରଥମ ସୁନାର ହୋଟେଲ
ହାନୋଇ, (ଓଡିଶା ଟାଇମ୍ବି) : ବିଶ୍ବର ପ୍ରଥମ ସୁନାର ହୋଟେଲ୍ ଭିୟେତନାମର ରାଜଧାନୀ ହାନୋଇରେ ଖୋଲିଛି। ଏଠାରେ କବାଟ, କପ୍, ଟେବୁଲ୍, ଝରକା, କଳ, ଓ୍ବାଶରୁମ୍, ଖାଇବା ବାସନ ସବୁ କିଛି ସୁନା। ଜୁଲାଇ ୨ତାରିଖ ଅର୍ଥାତ୍ ଗୁରୁବାରଠୁ ଏହି ହୋଟେଲର ଶୁଭାରମ୍ଭ ହୋଇ ଯାଇଛି। ଏହି ହୋଟେଲର ନାଁ ଡୋଲସେ ହାନୋଇ ଗୋଲଡେନ୍ ଲେକ୍। ଏହି ହୋଟେଲରେ ଗେଟଠୁ ଆରମ୍ଭ କରି କଫି କପ୍ ସୁନାରେ ପ୍ରସ୍ତୁତ ହୋଇଛି।
ପ୍ରଥମ ଦିନ ଅତିଥିମାନେ ଏଥିରେ ନିଜ ରୁଚି ଦେଖାଇଥିଲେ। ଏଠାକାର କାନ୍ଥ ଏବଂ ଶାଓ୍ବାର ମଧ୍ୟ ଗୋଲ୍ଡ ପ୍ଲେଟେଡ। ଏଠାରେ ଅନେକ ଲୋକ ଫଟୋ ଉଠାଇଥିଲେ।
ଏହି ହୋଟେଲର ନିର୍ମାଣ ୨୦୦୯ମସିହାରେ ଆରମ୍ଭ ହୋଇଥିଲା। ହୋଟେଲର ଉପର ମହଲାରେ ଫ୍ଲାଟସ୍ ମଧ୍ୟ ନିର୍ମାଣ କରାଯାଇଛି। ଯଦି କାହାକୁ ନିଜ ପାଇଁ ଫ୍ଲାଟସ୍ ନେବାର ଥିବ ତେବେ ନେଇ ପାରିବେ।
ହୋଟେଲକୁ ଦକ୍ଷିଣ-ପୂର୍ବ ଏସିଆର ସବୁଠୁ ଲକ୍ସରି ହୋଟେଲ୍ ବୋଲି ନାମିତ କରାଯାଇଛି। ଏହାକୁ ହୋଆ ବିନ ଗ୍ରୃପ୍ ଆଣ୍ଡ ଓ୍ବିନଧମ୍ ଗ୍ରୃପ୍ ମିଶି ନିର୍ମାଣ କରିଛନ୍ତି। ଏମାନେ ୨ଜଣ ମିଶି ୨ସୁପର ୬ଷ୍ଟାର ହୋଟେଲ୍ ମ୍ୟାନେଜ କରୁଛନ୍ତି।
ଏପରି କୁହାଯାଇଥାଏ ଯେ ସୁନା ଆପଣଙ୍କ ମାନସିକ ଅଶାନ୍ତିକୁ କମ୍ କରିବାରେ ସାହାଯ୍ୟ କରିଥାଏ। ଯାହା ଦ୍ବାରା ରିଲାକ୍ସ କରି ପାରିବେ। ଏଥିପାଇଁ ହୋଟେଲ୍ ମ୍ୟାନେଜମେଣ୍ଟ ସୁନାର ପ୍ଲେଟିଂର ଅତ୍ୟଧିକ ଉପଯୋଗ କରିଛନ୍ତି।