ରାଜ୍ୟରେ କିନ୍ନରଙ୍କୁ ମିଳିବ ମଧୁବାବୁ ପେନସନ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କିନ୍ନରମାନଙ୍କୁ ମଧୁବାବୁ ପେନସନ ମିଳିବ । କିନ୍ନରମାନଙ୍କୁ ମଧୁବାବୁ ପେନସନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହାସହ ୪୮ଲକ୍ଷ ମଧୁବାବୁ ପେନସନଧାରୀଙ୍କୁ ସହାୟତା ମିଳିବ । ହିତାଧିକାରୀଙ୍କୁ ଆସନ୍ତା ୪ମାସ ଯାଏଁ ଆଉ ୧ହଜାର ଟଙ୍କା ସହାୟତା ମିଳିବ । ତେଣୁ ଏବେଠାରୁ ମଧୁବାବୁ ପେନସନ ୱେବସାଇଟରେ ଆବେଦନ କରିବାକୁ ହେବ । ଅନଲାଇନ ଓ ଅଫଲାଇନରେ ହିତାଧୀକାରୀ ଆବେଦନ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ଅନ୍ୟପଟେ ମଧୁବାବୁ ପେନସନ୍ ଯୋଜନା ହିତାଧିକାରୀଙ୍କୁ ହଜାରେ ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯିବ । ଟଙ୍କା ଆସିସାରିଛି ଏବଂ ଖୁବ୍ ଶୀଘ୍ର ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏଥିରେ ରାଜ୍ୟର ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ ।

Leave a Reply

Your email address will not be published.