ଅପରାଧୀ-ପୋଲିସ ଗୁଳିବିନିମୟ, ୮ ପୋଲିସ ସହିଦ
କାନପୁର, (ଓଡିଶା ଟାଇମ୍) : ଉତ୍ତର ପ୍ରଦେଶର କାନପୁର ଚୌବେପୁର ଥାନା ଅଞ୍ଚଳରେ ଅପରାଧୀଙ୍କୁ ଧରିବାକୁ ଯାଇ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି । ଅପରାଧୀଙ୍କ ଗୁଳିରେ ୮ ପୋଲିସ କର୍ମଚାରୀ ସହିଦ ହୋଇଥିବା ଜଣାପଡିଛି । କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ଧରିବାକୁ ଯାଇଥିବା ପୋଲିସ ଟିମ୍ ସହ ଅପରାଧୀମାନଙ୍କର ଗୁଳିବିନିମୟ ହୋଇଥିଲା । ଫଳରେ ଡେପୁଟି ଏସ୍ପିଙ୍କ ସମେତ ୮ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି ।
ଅପରାଧୀମାନେ ପୋଲିସଠାରୁ ଅସ୍ତ୍ରଶସ୍ତ୍ର ଲୁଟି ନେଇ ଫେରାର ହୋଇଯାଇଛନ୍ତି । ସହିଦ ପୋଲିସଙ୍କ ମଧ୍ୟରେ ସିଓ ବିଲହ୍ଲୋର, ଦେବେନ୍ଦ୍ର ମିଶ୍ର ଏବଂ ଶିବରାଜପୁରର ଏଏସଓ ମହେଶ ଯାଦବ ଅଛନ୍ତି । ଏହାସହ ଜଣେ ସବ୍ ଇନ୍ସପେକ୍ଟର ଏବଂ ୫ ଜଣ କନଷ୍ଟେବଲ ସହିଦ ହୋଇଛନ୍ତି ।
ଗୁଳି ବିନିମୟ ବେଳେ ୧୨ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେଥି ମଧ୍ୟରୁ ୪ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିବା ଏଡିଜି ଜୟ ନାରାୟଣ ସିଂହ ସୂଚନା ଦେଇଛନ୍ତି । ଆହତମାନଙ୍କୁ ରେଜେନ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳର ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି ।
ସହିଦ ପୋଲିସଙ୍କ ମଧ୍ୟରେ ସିଓ ବିଲହ୍ଲୋର, ଦେବେନ୍ଦ୍ର ମିଶ୍ର ଏବଂ ଶିବରାଜପୁରର ଏଏସଓ ମହେଶ ଯାଦବ ଅଛନ୍ତି । ଏହାସହ ଜଣେ ସବ୍ ଇନ୍ସପେକ୍ଟର ଏବଂ ୫ ଜଣ କନଷ୍ଟେବଲ ସହିଦ ହୋଇଛନ୍ତି । ଗୁଳି ବିନିମୟ ବେଳେ ୧୨ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେଥି ମଧ୍ୟରୁ ୪ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିବା ଏଡିଜି ଜୟ ନାରାୟଣ ସିଂହ ସୂଚନା ଦେଇଛନ୍ତି ।