ରାଜ୍ୟ ପାଇଁ ଭଲ ଖବର, ସୁସ୍ଥ ହେଲେ ଆଉ ୧୪୯ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ଆଉ ୧୪୯ କରୋନା ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୫୦୨ରେ ପହଁଚିଛି ।

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୯ ଜଣ ଥିବା ବେଳେ ଖୋର୍ଧାରୁ ୨୪, ମୟୂରଭଞ୍ଜରୁ ୧୪, କଟକରୁ ୧୩, କଳାହାଣ୍ଡି ଓ କେନ୍ଦ୍ରାପଡାରୁ ୬ଜଣ ଲେଖାଏଁ, ରାୟଗଡାରୁ ୫ ଜଣ, ଅନୁଗୋଳ, ଝାରସୁଗୁଡା ଓ ସୁନ୍ଦରଗଡରୁ ୪ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ବଲାଙ୍ଗୀର, ଭଦ୍ରକ, ଯାଜପୁର ଓ ପୁରୀରୁ ୩ଜଣ ଲେଖାଏଁ, ବାଲେଶ୍ୱର, ନୟାଗଡ ଓ ଜଗତସିଂପୁରରୁ ୨ଜଣ ଲେଖାଏଁ ଓ ବରଗଡ ଓ କୋରାପୁଟରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ଆଉ ୨୨୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫୪୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

Leave a Reply

Your email address will not be published.