କଟକରୁ ଆଜି ୭ କରୋନା ପଜିଟିଭ୍ ଚିହ୍ନଟ, ୬ ଜଣଙ୍କର କ୍ୟାନସର ହସ୍ପିଟାଲ ଲିଙ୍କ୍
କଟକ, (ଓଡିଶା ଟାଇମ୍) : କଟକରୁ ଆଜି ଆଉ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ୬ ଆକ୍ରାନ୍ତ କ୍ୟାନସର ହସ୍ପିଟାଲର ହୋଇଥିବା ଜଣାପଡ଼ିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଡାକ୍ତର, ନର୍ସ ଓ ଆଟେଣ୍ଡାଣ୍ଟ ମଧ୍ୟ ରହିଛନ୍ତି । କ୍ୟାନସର ହସ୍ପିଟାଲରୁ ପୂର୍ବରୁ ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ୬ଜଣଙ୍କୁ ମିଶାଇ ମୋଟ୍ ୧୫ଜଣ କ୍ୟାନସର ହସ୍ପିଟାଲରୁ ଚିହ୍ନଟ ହୋଇସାରିଲେଣି । ଏନେଇ ସୂଚନା ଦେଇଛନ୍ତି ସିଏମସି କମିଶନର ।
ଆଜି ଚିହ୍ନଟ ହୋଇଥିବା କାଠଗଡ଼ା ସାହିରୁ ଜଣେ ମହିଳା, ଥୋରିଆ ସାହିରୁ ଜଣେ ପୁରୁଷ, ନୂଆପାଟଣାରୁ ଦୁଇ ଜଣ ମହିଳା, ମଙ୍ଗଳାବାଗରୁ ଜଣେ ଯୁବକ ଓ ଜଗତପୁରରୁ ଜଣେ ବ୍ୟକ୍ତି କ୍ୟାନସର ହସ୍ପିଟାଲ ଲିଙ୍କରେ ସଂକ୍ରମିତ ହୋଇଥିବା ଜଣାଯାଇଛି । ଅନ୍ୟପକ୍ଷରେ ମହାନଦୀବିହାରରୁ ଜଣେ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ।
ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା କଟକ ମହାନଗର ନିଗର ଅଧିନ ଅଞ୍ଚଳରେ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ୨୨ ଜଣ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।