ତିନି ରଥରେ ବିଜେ ହେଲେ ତିନି ଠାକୁର
ପୁରୀ, (ଓଡିଶା ଟାଇମ୍) : ରଥାରୁଢ ହେଲେ ଚତୁର୍ଧମୂର୍ତ୍ତି । ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ପବିତ୍ର ବାହୁଡା ଯାତ୍ରା । ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ରତ୍ନବେଦୀ ଛାଡି ଜନ୍ମବେଦୀକୁ ଚାଲି ଆସିଥିବା ବିଶ୍ୱ ନୟନ୍ତା କାଳିଆ ସାଆନ୍ତଙ୍କ ପ୍ରସିଦ୍ଧ ବାହୁଡା ଯାତ୍ରା । ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ସମସ୍ତ ଅଲୌକିକତା ମଧ୍ୟରେ ଲୌକିକତାର ପରିପ୍ରକାଶ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ବାହୁଡା ଯାତ୍ରାରେ ପୁଣି ଗୁଣ୍ଡିଚା ମନ୍ଦିରରୁ ଫେରିଯିବେ ନୀଳକନ୍ଦରକୁ । ନିଘଂଟ ନୀତି ଅନୁସାରେ, ଆଜି ବାହୁଡା ଯାତ୍ରାର ସମସ୍ତ ନୀତିକାନ୍ତି ଚାଲିଛି । ପ୍ରଥମେ ତିନି ଠାକୁରଙ୍କ ମଙ୍ଗଳଆଳତୀ ତଥା ଅନ୍ୟାନ୍ୟ ନୀତିକାନ୍ତି ସଂପନ୍ନ ହେବା ପରେ ଆରମ୍ଭ ହୋଇଥିଲା ଶ୍ରୀବିଗ୍ରହଙ୍କ ପହଣ୍ଡିବିଜେ ନୀତି ।
ଧାଡ଼ି ପହଣ୍ଡିରେ ଆସି ପ୍ରଥମେ ଚକ୍ରରାଜ ସୁଦର୍ଶନ ଦେବଦଳନ ରଥରେ ବିରାଜମାନ ହୋଇଥିଲେ। ପରେ ତାଳଧ୍ୱଜରେ ବଡ଼ ଠାକୁର ବଳଭଦ୍ର, ଦେବଦଳନ ରଥରେ ଦେବୀ ସୁଭଦ୍ରା ବିରାଜମାନ ହୋଇଥିଲେ। ଶେଷରେ ଗହଳି ଲଗାଇ ନନ୍ଦିଘୋଷରେ ରଥାରୂଢ଼ ହେଲେ ମହାପ୍ରଭୁ ଜଗନ୍ନାଥ।
ସେହିପରି ଚାରମାଳ ଫିଟା ଓ ଘୋଡ଼ାଲାଗିବା ମଧ୍ୟାହ୍ନ ୧୨ଟାରେ ଶେଷ ହୋଇ ରଥଟଣା ଆରମ୍ଭ ହେବ। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ଏ ପଟେ ଜୁଲାଇ ୨ ତାରିଖରେ ସୁନା ବେଶ ପାଇଁ ସିଂହଦ୍ବାରରେ ପ୍ରସ୍ତୁତି ଆରମ୍ଭ ହୋଇଛି।