ଭିଡ଼ିଓରେ ପାଠ ପଢ଼ିବେ +୨ ଛାତ୍ରଛାତ୍ରୀ
ଭୁବନେଶ୍ବର, (ଓଡିଶା ଟାଇମ୍) : ଯୁକ୍ତ ୨ ଦ୍ୱିତୀୟ ବର୍ଷ ପାଠପଢ଼ା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେଇଛି। ଭିଡିଓ ମାଧ୍ୟମରେ ଯୁକ୍ତ ୨ ଦ୍ୱିତୀୟ ବର୍ଷର ପାଠପଢ଼ା ହେବ। ଏଥିଲାଗି କାଲିଠାରୁ ୨ ଦିନିଆ ଓରିଏଣ୍ଟେସନ କାର୍ଯ୍ୟକ୍ରମ କରାଯିବ। ଅଧ୍ୟାପକ ଅଧ୍ୟାପିକାମାନେ ଏଥିରେ ଭିଡିଓ ମାଧ୍ୟମରେ ଶିକ୍ଷାଦାନ ନେଇ ତାଲିମ ନେବେ।
ସ୍କୁଲ ଓ କଲେଜ ବନ୍ଦ ରହିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ପ୍ରଭାବ ପଡ଼ିଛି । ତେଣୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଏଣିକି ଭିଡ଼ିଓ ମାଧ୍ୟମରେ ପାଠ ପଢ଼ିବେ +୨ ଛାତ୍ରଛାତ୍ରୀ । ଜୁଲାଇ ୧ ଓ ୨ରେ ଅଧ୍ୟାପକଙ୍କ କର୍ମଶାଳା କରାଯିବ । ଦୁଇ ଦିନିଆ କର୍ମଶାଳାରେ ପ୍ରସ୍ତୁତିକୁ ଲକ୍ଷ୍ୟ କରି ଭିଡ଼ିଓ କରାଯିବ । ଭିଡ଼ିଓକୁ ଦୀକ୍ଷା, ସାମସ ଓ ଶିକ୍ଷା ସଂଯୋଗ ପୋର୍ଟାଲରେ ଅପଲୋଡ଼ ହେବ । ବିଭିନ୍ନ ବିଷୟରେ ଭିଡ଼ିଓ କରାଯାଇ ଏହି ପୋର୍ଟାଲରେ ଅପଲୋଡ଼ କରାଯିବ । ଭିଡ଼ିଓ ଦେଖି ଛାତ୍ରଛାତ୍ରୀ ପାଠ ପଢ଼ିବେ ।