ଘରେ ଏଭଳି କରନ୍ତୁ କର୍ପୂରର ବ୍ୟବହାର . . .
ପ୍ରତ୍ୟେକ ଲୋକଙ୍କ ଘରେ କର୍ପୂରକୁ ପୂଜାର୍ଚ୍ଚନାରେ ବ୍ୟବହାର କରିଥାନ୍ତି । କର୍ପୂର ଯେ ଖାଲି ପୂଜାର୍ଚ୍ଚନାରେ ବ୍ୟବହାର ହୋଇଥାଏ ତା’ନୁହେଁ ଏହାକୁ ଇନଫେକ୍ସନ୍ ଦୂର କରିବା ଓ କେଶ ସମସ୍ୟା ଦୂର କରିବାରେ ମଧ୍ୟ ବ୍ୟବହାର କରାଯାଇଥାଏ । ଏହାଛଡା ର୍କପୂରକୁ ଏକ ଭଲ ହୋମ କ୍ଲିନର ରୂପେ ମଧ୍ୟ ଉପଯୋଗ ହୋଇଥାଏ ।
ଏହାର ପ୍ରୟୋଗ କରିବା ଦ୍ୱାରା ଘରର ର୍ଦୁଗନ୍ଧ ଦୂର ହୋବା ସହିତ ପୋକ , ମାଛି ମରିଯାଆନ୍ତି ଓ ଅସରପା ଘରୁ ଚାଲିଯାଏ । ଆସନ୍ତୁ, ଜାଣିବା କେଉଁ ସବୁ ପ୍ରକାରରେ ଆପଣ କର୍ପୁରକୁ ବ୍ୟବହାର କରିପାରିବା ।
ଘରୁ ର୍ଦୁଗନ୍ଧ ଦୂର କରେ – ଆପଣ ବଜାରରେ ବିକ୍ରି ହେଉଥିବା ରୁମ ଫ୍ରେଶନର ବଦଳରେ ଗନ୍ଧ ର୍କପୂରକୁ କରିପାରିବେ । ଏହା ଆପଣଙ୍କ ଘରକୁ ଦୁର୍ଗନ୍ଧ ଦୂର କରିବ । ଘରେ ଏକ ଖେଲା ଜାଗା ଦେଖି ର୍କପୂର ଜାଳନ୍ତୁ କିଛି ସମୟ ପରେ ଏହାର ବାସ୍ନା ସାରା ଘର ମଧ୍ୟରେ ଖେଳିଯିବ ଓ ଆପଣଙ୍କୁ ଏହାର ବାସ୍ନାରେ ଫ୍ରେସ ଲଗିବ ଓ ଏହାର ସୁଗନ୍ଧ ଆପଣଙ୍କୁ ଦିନ ସାରା ଫ୍ରେଶ ରଖିବ।
ଜିବାଣୁ ମୁକ୍ତ – କର୍ପୂର ଜୀବାଣୁ ସଫା କରିବାର ଏକ ଭଲ ଉପାୟ ଅଟେ । ଏହା ବାୟୁରେ ଥିବା ବ୍ୟାକ୍ଟେରିଆକୁ ସଫା କରିବାରେ ସାହାର୍ଯ୍ୟ କରିଥାଏ । ଯଦି ଆପଣଙ୍କ ଘରେ ଅଧିକ ପୋକ ଓ ଅସରପା ଥିବେ ତାହାଲେ ଆପଣ ର୍କପୂରର ବ୍ୟବହାର କରି ପାରିବେ । କର୍ପୂରର ଧୁଆଁରେ ମଶା, ମାଛି ବି ଚାଲି ଯାଆନ୍ତି ।
କେଶ ଝଡିବା- କର୍ପୂରର ବ୍ୟବହାର ଦ୍ୱାରା କେଶ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଆପଣ କିଛି କର୍ପୁର ତେଲ ଓ ନଡିଆ ତେଲ ମିଶାଇ କେଶରେ ଲଗେଇବା ଦ୍ୱାରା ଧିରେଧିରେ କେଶ ଝଡିବା ସମସ୍ୟା ଦୂର ହୋଇଥାଏ । ଏପରିକି କର୍ପୁର ତେଲ କେଶରେ ହେଉଥିବା ରୂପି ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏହା ଛଡା କେଶ ଜନିତ ଅନେକ ସମସ୍ୟାରୁ ମଧ୍ୟ ଉପଶମ ଦେଇଥାଏ ।
ଗୋଡ ଫଟା- କର୍ପୁର ବ୍ୟବହାର ଦ୍ୱାରା ଗୋଡ ଫଟା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଗରମ ପାଣିରେ କିଛି କର୍ପୁର ମିଶାନ୍ତୁ । ପରେ ଏହି ପାଣିରେ ଗୋଡକୁ ବୁଡାଇ ରଖନ୍ତୁ, ଏହାଦ୍ୱାରା ସାମାନ୍ୟ ଉପଶମ ମିଳିବ ।