ଖୁସି ଖବର: ରାଜ୍ୟରେ ଆଉ ୨୦୩ ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ଆଉ ୨୦୩ କରୋନା ଆକ୍ରନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୯୪୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଗଞ୍ଜାମରୁ ସର୍ବାଧିକ ୬୦ ସୁସ୍ଥ ହୋଇଥିବା ବେଳେ ଗଜପତିରୁ ୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୧୯ ଜଣ, କଟକରୁ ୧୮ ଜଣ, ଭଦ୍ରକରୁ ୧୪ ଜଣ, କେନ୍ଦୁଝରରୁ ୧୩ ଜଣ, ନୟାଗଡରୁ ୧୨ ଜଣ, ମୟୂରଭଞ୍ଜରୁ ୧୦ ଜଣ, ଯାଜପୁରରୁ ୯ ଜଣ, ବାଲେଶ୍ୱରରୁ ୮ ଜଣ, କେନ୍ଦ୍ରପଡାରୁ ୭ ଜଣ, ଅନୁଗୁଳରୁ ୪ ଜଣ, ଢେଙ୍କାନାଳରୁ ୩ ଜଣ, ବଲାଙ୍ଗିର ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେବଗଡ଼ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।