ତ୍ୱଚା ପାଇଁ କେତେ ଉପକାରୀ ଥଣ୍ଡା ପାଣି ?

ଭୁବନେଶ୍ୱର, (ଓଡିଶା ଟାଇମ): ମନୁଷ୍ୟର ସୁନ୍ଦରତା ତା’ର ଚେହେରାରୁ ଜଣାପଡିଥାଏ । ସେଥିପାଇଁ ସମସ୍ତେ ଅଳ୍ପବହୁତ ନିଜ ତ୍ୱଚାର ଯତ୍ନ ମଧ୍ୟ ନେଇଥାନ୍ତି । କେହିକେହି ବ୍ୟୁଟି ସପ୍ଲିମେଣ୍ଟସ୍ ଆଉ ଦାମିକିଆ ସ୍କ୍ରିନକେୟାର ପ୍ରଡକ୍ଟ ବ୍ୟବହାର କରିବାକୁ ମଧ୍ୟ ଭୁଲନ୍ତି ନାହିଁ ।

ଆପଣ ଚାହିଁଲେ ଦାମିକିଆ ପ୍ରଡକ୍ଟ ବଦଳରେ କମ୍ ଖର୍ଚ୍ଚରେ ମଧ୍ୟ ନିଜ ତ୍ୱଚାର ଯତ୍ନ ନେଇପାରିବେ । ତ୍ୱଚା ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ ଥଣ୍ଡା ପାଣି । ଆସନ୍ତୁ, ଜାଣିବା ଥଣ୍ଡା ପାଣି ବ୍ୟବହାର କରି କିପରି ନିଜ ତ୍ୱଚାର ଯତ୍ନ ନେଇପାରିବେ ।

  • ଥଣ୍ଡା ପାଣିରେ ମୁହଁ ଧୋଇବା ଦ୍ୱାରା ଆପଣଙ୍କ ତ୍ୱଚାରେ ରିଫ୍ରେସିଂ ଇଫେକ୍ଟ ପଡିଥାଏ । ଏହା ଆପଣଙ୍କ ସ୍କିନର ଟେକ୍ସଚରକୁ ବାଲାନ୍ସ କରିଥାଏ । ଯାହା ତ୍ୱଚାକୁ ନେଚୁରାଲ୍ ସାଇନ୍ ମଧ୍ୟ ଦେଇଥାଏ ।
  • ସକାଳୁ ଶୋଇକି ଉଠିବା ପରେ ଚେହେରା ମୋଟା ତଥା ଫୁଲିଲା ଫୁଲିଲା ପରି ଦେଖାଯାଇଥାଏ । ଏସମୟରେ ଆପଣ ଥଣ୍ଡା ପାଣିରେ ମୁହଁ ଧୋଇବା ଦ୍ୱାରା ତ୍ୱଚା ପୂର୍ବପରି ଦେଖାଯାଇଥାଏ ।
  • ଦାମିକା ସପ୍ଲିମେ ସ୍ ଓ ପ୍ରଡକ୍ଟ ବ୍ୟବହାର କରିବା ବଦଳରେ ଆପଣ ଚେହେରାକୁ ଥଣ୍ଡା ପାଣିରେ ଧୋଇପାରିବେ । ଏହାଦ୍ୱାରା ଆପଣଙ୍କ ଚେହେରାରେ ଥିବା ଫାଇନ ଲାଇନ୍ସ ସବୁ ଦୂର ହୋଇଥାଏ ।
  • ତ୍ୱଚାକୁ ଥଣ୍ଡା ପାଣିରେ ଧୋଇବା ଦ୍ୱାରା ଏହା ଟାଇଟ୍ ହୋଇଥାଏ । ଯାହା ସୂର୍ଯ୍ୟର ପ୍ରଖର କିରଣରୁ ଚେହେରାକୁ ସାମାନ୍ୟ ବ ।ଇପାରିଥାଏ । ଏହା ଆପଣଙ୍କ ସ୍କିନ୍ ସେଲସକୁ ବି ସୁସ୍ଥ ରଖିଥାଏ ।

ଥଣ୍ଡା ପାଣିରେ ରିଫ୍ରେସିଂଙ୍ଗ୍ ତତ୍ୱ ରହିଥାଏ । ଯାହାଫଳରେ ଆପଣ ଯେତେ ଡାଏଡ୍ ଥାଆନ୍ତୁ କିମ୍ବା ଶୋଇକି ଉଠିଥାଆନ୍ତୁ ଥଣ୍ଡା ପାଣିରେ ମୁହଁ ଧୋଇଦେଲା ମାତ୍ରେ ସତେଜ ଅନୁଭବ ହୋଇଥାଏ ।

ଏହାବ୍ୟତୀତ ଥଣ୍ଡା ପାଣିରେ ମୁହଁ ଧୋଇବା ଦ୍ୱାରା ତ୍ୱଚାର ପୋର୍ସ ସବୁ ଟାଇଟ୍ ହୋଇଯାଇଥାଏ । ଯାହା ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସା ଦୂର କରିଥାଏ ।

Leave a Reply

Your email address will not be published.