ରାଜ୍ୟ ପାଇଁ ଭଲ ଖବର ସୁସ୍ଥ ହେଲେ ଆଉ ୧୮୪ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଆଜି ଆଉ ୧୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୬୦୬କୁ ବୃଦ୍ଧି ପାଇଛି ।

ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮ଜଣ ଗଞ୍ଜାମର ରହିଥିବା ବେଳେ ଖୁର୍ଦ୍ଧା ରୁ ୪୫, ବାଲେଶ୍ୱରରୁ ୩୧, ଗଜପତିରୁ ୧୨, ଭଦ୍ରକରୁ ୧୦ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି  ଜଗତସିଂପୁରର ୬, ଝାରସୁଗୁଡାରୁ ୬, କେନ୍ଦ୍ରାପଡା ଓ ପୁରୀରୁ ୫ ଜଣ ଲେଖାଏଁ, ସୁନ୍ଦରଗଡରୁ ୪, ବଲାଙ୍ଗୀର ଓ କେଉଁଝରରୁ ୩, କଚକରୁ ୨, ଅନୁଗୋଳ, ଯାଜପୁର, କନ୍ଧମାଳ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି ।

Leave a Reply

Your email address will not be published.