ଅନ୍ୟ ଦେଶ ତୁଳନାରେ ଭାରତ ଏବେବି ଭଲ ସ୍ଥିତିରେ ରହିଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ସାରା ବିଶ୍ଵ ଏବେ ମହାମାରୀ କରୋନା ଭୂତାଣୁ ବିରୋଧରେ ଲଢ଼େଇ କରୁଛି। କୋଭିଡ-୧୯ କେବଳ ଏକ ଶାରିରୀକ ରୋଗ ନୁହେଁ, ଯାହା ଲୋକଙ୍କ ଜୀବନ ପାଇଁ ବିପଦ। ଏହାର ଆମର ଧ୍ୟାନକୁ ଅସୁସ୍ଥ ଜୀବନଶୈଳୀଗୁଡ଼ିକ ପ୍ରତି ଆକର୍ଷିତ କରୁଛି।

ଭାରତ ମଧ୍ୟ ଏହି ଭୂତାଣୁ ବିରୋଧରେ ଲଢ଼େଇ ଜାରି ରଖିଛି। କିନ୍ତୁ ଭାରତର ସ୍ଥିତି ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭଲ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ଡା. ଜୋଶେଫ୍‌ ମାର୍‌ ଥୋମା ମେଟ୍ରୋପଲିଟାନଙ୍କ ୯୦ତମ ଜୟନ୍ତୀ ସମାରୋହ ଅବସରରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନୀ ଭାଷଣ ଦେଇ ଏହା କହିଛନ୍ତି।

ତେବେ ଦେଶରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୮ହଜାରକୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୧୫ହଜାର ୬୮୫ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨ଲକ୍ଷ ୯୫ହଜାର ୮୮୦ ଜଣ ସୁସ୍ଥ ହୋଇଛନ୍ତି ଓ ଏବେ ବି ୧ଲକ୍ଷ ୯୭ହଜାର ୩୮୭ ଜଣ ଚିକିତ୍ସିତ ହେଉଛନ୍ତି ।

Leave a Reply

Your email address will not be published. Required fields are marked *