୧୨ ଦଳିଆ ମେଣ୍ଟ, ହତାଶ ବିରୋଧି ଦଳର ବିଫଳ ପ୍ରୟାସ

ଡା. ଦାମୋଦର ରାଉତ

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ଶାସନରେ କଂଗ୍ରେସ ସମେତ ଅଧିକାଂଶ ବିରୋଧି ଦଳ ମାଟି କାମୁଡ଼ିଲେଣି । ସ୍ୱାଧୀନତା ପରବର୍ତ୍ତୀ କାଳରେ ଦେଶରେ ସର୍ବପୁରାତନ ରାଜେନୈତିକ ଦଳ କଂଗ୍ରେସ ଦେଶକୁ ତୃତୀୟ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ନିରଙ୍କୁଶ ଶାସନ ଦେଇଥିଲେ । ଓଡ଼ିଶା ଭଳି ରାଜ୍ୟରେ ୪୫ ବର୍ଷରୁ ଉଦ୍ଧ୍ୱର୍କାଳ କଂଗ୍ରେସ ଶାସନ କରିଛି। ଏବେ ତାଙ୍କର ସ୍ଥିତି କେଉଁଠି ଅଛି, ଜଣାନାହିଁ । ସେହିଭଳି ଭାବରେ ସମୟ ଥିଲା, ବାମପନ୍ଥୀ ଦଳ ସିପିଆଇ, ସିପିଏମ୍‌ ରାଜ୍ୟ ରାଜନୀତିରେ କିଛି ପ୍ରଭାବ ବିସ୍ତାର କରିଥିଲେ । ଆଜି ସେମାନେ ସାଇନ ବୋର୍ଡ଼ ପାର୍ଟିରେ ପରିଣିତ ହୋଇଛନ୍ତି । ତାହା ହୋଇନଥିଲେ ଆଜି ଯେତେବେଳେ ସମଗ୍ର ବିଶ୍ୱ କରୋନା ଭୂତାଣୁ ସଂକ୍ରମଣରେ ଏକ ଅସ୍ୱାଭାବିକ ପରିସ୍ଥିତିରେ ସମ୍ମୁଖୀନ ହୋଇଛି, ଠିକ ସେହି ସମୟରେ ଭାରତ ମଧ୍ୟ କରୋନା ସଂକ୍ରମଣ ଅବସ୍ଥାରୁ ବର୍ତ୍ତି ନାହଁ । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ଲୋକ ଚକ୍ଷୁରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ନବୀନ ପଟ୍ଟନାୟକଙ୍କ ଶାସନର କରୋନା ମୁକାବିଲା ବିଫଳତା ଦର୍ଶାଇବାକୁ ଯାଇ ସେମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ବିରୋଧି ଦଳମାନେ ଭୁଲି ଯାଉଛନ୍ତି ଯେ, ସାରା ଦେଶରେ କରୋନା ସଂକ୍ରମଣକୁ ମୁକାବିଲା କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରା ବେଶ୍‌ ପ୍ରଶଂସିତ ହୋଇଛି । ଓଡ଼ିଶାରେ ଅଧିକ ଲୋକ କରୋନା ସଂକ୍ରମଣରୁ ମୁକ୍ତ ହେଉଥିବାବେଳେ ମୃତୁ୍ୟହାର ମଧ୍ୟ ଆମ ରାଜ୍ୟରେ ସବୁଠୁ କମ୍‌ ରହିଛି । ନବୀନ ପଟ୍ଟନାୟକ କରୋନା ସଂକ୍ରମଣ ମୁକାବିଲା କରିବା ପାଇଁ ନେଉଥିବା ପଦକ୍ଷେପ ଜାତୀୟ ଓ ବିଶ୍ୱସ୍ତରରେ ପ୍ରଶଂସିତ ହୋଇଛି । ଏତଦ୍‌ବ୍ୟତୀତ ବିଗତ ୨୦ ବର୍ଷ ଶାସନ କାଳରେ ସବୁକ୍ଷେତ୍ରରେ ଓଡ଼ିଶାର ବିକାଶ ସାଧିତ ହୋଇଛି । ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ଅଭିବୃଦ୍ଧି ହାର ଠାରୁ ଅଧିକ ରହିଛି । ନବୀନ ପଟ୍ଟନାୟକଙ୍କ ଶିଳ୍ପନୀତି, କୃଷିନୀତି, ଶିକ୍ଷାନୀତି ଏକ ନୂଆ ଦିଗନ୍ତ ସୃଷ୍ଟି କରିଛି । ତେବେ କଂଗ୍ରେସ ଦଳର ସ୍ଥିତି ମହାରାଷ୍ଟ୍ରରେ କିଭଳି ଅଛି, କରୋନାକୁ କିଭଳି ଭାବେ ମୁକାବିଲା କରାଯାଉଛି, ସେମାନେ ଓଡ଼ିଶା ଲୋକଙ୍କୁ କହିବା ଉଚିତ । ଆଜି ଗୁଜୁରାଟ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ ଭଳି ରାଜ୍ୟମାନଙ୍କରେ କରୋନାଜନିତ ସ୍ଥିତି ଆୟତ୍ତ ବାହାରକୁ ଚାଲିଯିବା ମେନ ହେଉଛି । କିନ୍ତୁ ଓଡ଼ିଶାର ସ୍ଥିତି ପ୍ରାୟ ନିୟନ୍ତ୍ରଣାଧିନ ରହିଛି। ଏହି ମାତ୍ର ଶେଷ ହୋଇଥିବା ମହାପ୍ରଭୁ ଜଗନ୍ନାଥଙ୍କର ଘୋଷଯାତ୍ରାକୁ ଯେଭଳି ଭାବେ ସମାପନ କରାଗଲା, ସେଥିରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଜନସାଧାରଣଙ୍କ ସମର୍ଥନ ଓ ଆନୁଗତ୍ୟ କିଭଳି ରହିଛି ତାହା ସର୍ବଜନ ବିଦିତ । ତେବେ କଂଗ୍ରେସ ନେତୃତ୍ୱରେ ତଥାକଥିତ ୧୨ ଦଳିଆ ବିରୋଧି ଦଳ ପାଣିକୁ ଗୋଳିଆ କରି ଫାଇଦା ନେବାକୁ ଯେଉଁ ଅପଚେଷ୍ଟା କରୁଛନ୍ତି।

Leave a Reply

Your email address will not be published.

%d bloggers like this: