ହଟସ୍ପଟ୍ ଜିଲ୍ଲାରୁ ଭୁବନେଶ୍ୱରକୁ ଆସିଲେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ
ଭୁବନେଶ୍ବର, (ଓଡିଶା ଟାଇମ୍) :ହଟସ୍ପଟ୍ ଜିଲ୍ଲାରୁ ଭୁବନେଶ୍ୱରକୁ ଆସିଲେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ । କରୋନା ସ୍ଥିତିକୁ ନଜରରେ ରଖି ଏପରି କଟକଣା ଜାରି କରିଛି ବିଏମସି । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚାନ୍ଦ ଚୌଧରୀ ।
ବିଏମସି କମିଶନର କହିଛନ୍ତି ଯେ, ହଟସ୍ପଟ୍ ଜିଲ୍ଲାରୁ ଭୁବନେଶ୍ନର ଆସିଲେ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ହୋମ କ୍ୱାରେଣ୍ଟାଇନ ବଦଳରେ କ୍ୱାରେଣ୍ଟାଇନରେ ରହିବାକୁ ହେବ । ଶୁକ୍ରବାରଠାରୁ ଏହି ନିୟମ ଲାଗୁ ହୋଇଛି । ସେହିପରି ବସ୍ତି ଅଞ୍ଚଳରେ ହୋମ କ୍ୱାରେଣ୍ଚାଇନ୍ ପାଇଁ ଅନୁମତି ନାହିଁ । ବସ୍ତି ଅଞ୍ଚଳ ଉପରେ ଅଧିକ ଧ୍ୟାନ ଦିଆଯାଉଛି ।
ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରୁ ଆଉ ୧୬ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ଅନ୍ୟ ୧୪ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।